ଭୋକ
ଭୋକ
ସଂସାର ର ବଡ ଦୁଃଖ
ମଣିଷ ପେଟର ଭୋକ
ଏ ଦୁନିଆ ବଡ ହାଟ
ଭୋକ ପାଇଁ ଲାଗେ ନାଟ
ମଣିଷ ତା'ଭୋକ ପାଇଁ
କେତେ ହୁଏ ହାଇଁ ପାଇଁ
ମଣିଷ ପେଟର ଭୋକ
ଦାଣ୍ଡେ ଠିଆ କରେ ଦେଖ
ପିଲା ଠାରୁ ବୁଢା ଯାଏଁ
ଏ ଭୋକ ଛାଡେନି ହାଏଁ
ଭୋକ ରହିଛି ପେଟରେ
ପେଟ ଦଳୁଛି ଭୋକରେ
ଏ ଭୋକ ଯନ୍ତ୍ରଣା ବଡ
ଖାଏ କେତେ ଦୁଃଖ, ମାଡ
ପଇସା ଥିଲେ କି ଭାଇ
ଭୋକ ପାରିବ ଦୂରେଇ
ଭୋକ ମାରାତ୍ମକ ରୋଗ
ରଖେନି କିଛି ଆବେଗ
ଆଣିଦିଏ ଅପପୁଷ୍ଟି
ପ୍ରଭୁଙ୍କର ଏହି ସୃଷ୍ଟି
ଆହେ ପ୍ରଭୁ ଦୀନବନ୍ଧୁ
ଝରୁଛି ଭୋକ ର ସିନ୍ଧୁ
ସେ ଝରକୁ ଊଣା କର
ହେ, ପ୍ରଭୁ କରୁଣାକର
ତୁମରି ଆଶିଷ ପାଇ
ଏ ଭୋକ ଯାଉ ଦୂରେଇ
