STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଭୋକ

ଭୋକ

1 min
470

ଆଜି ସମସ୍ତଙ୍କୁ ବହୁତ ଭୋକ

ଯିଏ ଖାଇନି ତାକୁ ତ ଭୋକ

ଯିଏ ଖାଇଛି ତାକୁ ଆହୁରି ଭୋକ ।


ଟଙ୍କାର ଭୋକରେ କିଏ ଲାଞ୍ଚୁଆ ହୁଏ

ଖାଦ୍ୟର ଭୋକରେ କିଏ ରାସ୍ତାରେ ଶୁଏ

ବିଳାସରେ ରହି ଭୋକେ ଛଟପଟ କିଏ

କାହାର ମୁନ୍ଦାଏ ପାଣିରେ ମରିଯାଏ ଭୋକ।


ବିନା ଭୋକରେ କେହି ଖାଇବାକୁ ଆତୁର

କେବେ ଦେଶ କେବେ ରାଜ୍ୟ କେବେ ପୁଣି ସହର

ଭୋକିଲା ପେଟରେ ବି ହଜିଯାଏ ଜହର

ଯେତେ ଖାଇଲେ ବି ମରେନାହିଁ ଭୋକ।


ଭୋକେ କିଏ ଚୋର ସାଜେ ହତ୍ୟା କେହି କରେ

ଦେହ ଭୋକେ କେହି ପୁଣି ଅନୁଚିତ ଆଚରେ

ଭୋକରେ ଭୋକରେ କେହି ଜୀଵନ ବି ହାରେ

ସଭିଙ୍କୁ କବଳିତ କରି ରଖିଛି ଏ ଭୋକ ।


ଭୋକ ହିଁ ଜୀଵନ ନାଶେ ନିଜ ପ୍ରାବଲ୍ୟରେ

ଭୋକର ସଂଯମ ପୁଣି ଚରିତ୍ର ସୁଧାରେ

ଖାଦ୍ୟ ତ୍ୟାଗ କରିବା ଯେବେ ନଥିବା ଭୋକରେ

ଜୀବନେ ଅମୃତ ଭରିବ ପୁଣି ଏହି ଭୋକ।


Rate this content
Log in

Similar oriya poem from Inspirational