ଭୋକ
ଭୋକ
ଅନ୍ତୁଡ଼ି ଶାଳା ରୁ ଜୁଇ ଯାଏ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ଭୋକ ମଣିଷକୁ ଭିନ୍ନ ଏକ ସ୍ୱାଦ ଚଖାଏ ।
ଜନ୍ମ ଜୁଇ ରୁ ଶିଶୁ ମାଆ ପାଖେ କାନ୍ଦି ଜଣାଇ ଦିଏ
ତା ପେଟର ଭୋକ
ଅବୁଝା ଶିଶୁକୁ ଛାତିରେ ଧରିଲେ
ମେଣ୍ଟି ଯାଏ ଶିଶୁର ସବୁ ଭୋକ ।
ଅଳିଆ ଗଦାରେ ବୁଲୁଥିବା ଶିଶୁ
ପେଟର ଜ୍ୱାଳା ପାଇଁ
ଡଷ୍ଟବିନ ଭିତରେ ଖୋଜୁ ଥାଏ
ତା ପେଟର ଭୋକ ।
କେତେବେଳେ ପେଟର ଭୋକ ତ
କେତେବେଳେ ଦେହର ଭୋକ
ଶରୀରର ଭୋକ ମେଣ୍ଟାଇବା ପାଇଁ
ହଜିଯାଏ ତାର ମାନବିକତା
ଯୌନ ଲାଳସା ର ପରିତୃପ୍ତି
ଜୀବନର ଅଜାତ ଶତ୍ରୁ ଭୋକ
କୁପଥଗାମି ହେବାର ବାଟ ଦେଖାଏ ।
କେବଳ ପେଟ ଚାଖଣ୍ଡେ ସକାଶେ
ପଲ୍ଲୀ ରୁ ଦିଲ୍ଲୀ
ଗାଁ ଆରୁ ସହର
ସବୁ ଆଡେ ନିରବ ଚିତ୍କାର
କିଏ କହିବ ତାର ସଂଜ୍ଞା
କିଏ ଦେବ ତାର ପରିଭାଷା
ସେ କେବଳ କ୍ଷୁଧାର ପିପାସା ।