ଭୋକ
ଭୋକ
ଜୀବନ ବିକଳେ ରହେ ସଦା କର୍ମେ
ଆଗକୁ ଆଗକୁ ଯାଇ
କିଏ କାଳେ ମୋତେ ପଥଭ୍ରଷ୍ଟ ଦେବ
ଭୋକକୁ ଭୁଲିଲି ତହିଁ ।
ଦିନ କେତେ ଘଡ଼ି ଜଣାପଡେ ନାହିଁ
କର୍ମକୁ ଆଦରି ରହି
ପେଟଥିଲେ ଭୋକ ସଦା ଡାକେ ରଙ୍କ
ଦେହକୁ ଭୁଲିବୁ ନାହିଁ ।
ଭୋକ ଉପାସରେ ବିତାଇ ସଞ୍ଚିଲି
ପିଲାଙ୍କ ପାଇଁ ଅଶେଷ
ଦିନୁ ଦିନ କେତେ ବଳ ଖସିଗଲା
ଚାହିଁଲି ରହି ବିଶେଷ ।
ଯିଏ ସିଏ ଆସି ଘରକୁ ଆସିଲେ
କହିଗଲେ ମୋତେ ଦେଖି
ଖିଆପିଆ ଛାଡ଼ି ଅର୍ଥ ଉପାର୍ଜନ
କେଉଁ ପାଠେ ଅଛି ଲେଖି ।
ଖାଦ୍ୟରୁ ପାଇବ ବଳ ଭିଟାମିନ
ଭୋକରେ ରହିଲେ ଲୀନ
ଶରୀର ହିତରେ ରହିଛି ସୁଖାଦ୍ୟ
ଭୋକକୁ ନ ମଣ ହୀନ ।
