STORYMIRROR

Sasmita Das

Tragedy

3  

Sasmita Das

Tragedy

ଭୋକ

ଭୋକ

1 min
240


ଈଶ୍ୱର ଙ୍କର ଆଶୀର୍ବାଦ ନା ଅଭିଶାପ

ଯାହା ଶରୀର ସହ ଜଡ଼ିତ 

ଜନ୍ମ ରୁ ମୃତ୍ୟୁ ଯାଏ l

କଅଁଳା ଛୁଆଟା ଭୋକ ରେ

କାନ୍ଦି  କାନ୍ଦି ମା ଛାତି ଭିତରେ

ମୁହଁ ଗୁଂଜୁଛି l

ରାସ୍ତା  କଡ଼ରେ 

ବୁଢ଼ୀ ବାୟାଣୀ ଟା

ଅଳିଆ ଗଦା ରୁ  ଖାଇବା

ଦରାଣ୍ଡୁଛି l

ବୁଢା ରିକ୍ସାବାଲା ଟା

ଝାଳମାଳହୋଇ ରିକ୍ସା ପେଲୁଛି l

ଅନାଥ ପିଲା ଟା

ଭୋକ ର  ଜ୍ଵଳା ରେ

ରୁଟି ଚୋରି କରି

ନିଆଁ ଚେଙ୍କ  ର ଯନ୍ତ୍ରଣା ରେ

ଛଟ ପଟ ହେଉଛି  

ଭୋକ ପାଇଁ କାହା ଆଖି ରୁ

ହଜୁଛି ନିଦ ତ

କିଏ କରୁଛି ଅପରାଧ

ବାଃ ବାଃ ରେ  ଭୋକ....


Rate this content
Log in

Similar oriya poem from Tragedy