STORYMIRROR

Laxmipriya Sahu

Thriller

3  

Laxmipriya Sahu

Thriller

ଭୋକ

ଭୋକ

1 min
232

ମଣିଷ ଏଠି କାହିଁ କେତେ କାଳରୁ ଖୋଜୁଛି

ତା ମନରେ କେତେ ଭୋକ କେତେ ତୃଷ୍ଣା

ଆଉ ଆଶା ଆକାଂକ୍ଷା

ଜୀବନ ଚଲା ରାସ୍ତାରେ ନିଇତି ଝୁଣ୍ଟି

ରକ୍ତାକ୍ତ ହଉଛି ତଥାପି ଚାଲିଚି

ଅନାଦି କାଳରୁ ଥିବା ତୃଷ୍ଣା ମେଣ୍ଟେଇବା ପାଇଁ


ହଁ ତୃଷ୍ଣା...

ବଡ଼ ଲୋକ ହେବାର ତୃଷ୍ଣା

ପ୍ରତିସ୍ପର୍ଦ୍ଧାଙ୍କ ସହ ପ୍ରତିଯୋଗିତା କରେ

ଜିତ ରାସ୍ତାର କଣ୍ଟାକୁ ଉପାଡ଼ି ଫୋପାଡ଼ି ଦିଏ

ତଥାପି ତୃଷ୍ଣା ମେଣ୍ଟେନି

ବଳବତ୍ତର ହୋଇ ଚାଲେ...


ଆଉ ଏକ ତୃଷ୍ଣା ପେଟର

ତା ପାଇଁ ମଣିଷ ନିଇତି ଲଢ଼ୁଛି 

କିଏ ଭିକ ମାଗୁଛି ତ କିଏ

ରାସ୍ତା କଡ଼ର ଗଦା ଗଦା ଅଇଁଠାପତ୍ର ତଳୁ

ମୁଠାଏ ଭାତ ସାଉଁଟୁଛି 

ଆଉ କିଏ ନିଜ ପିଲାକୁ ବିକୁଛି

ଏଇ ପେଟ ନାଟ ପାଇଁ

ସମାଜ କାହାକୁ ଶଳା ଶାଳୀ ଶୁଣାଏ

କାହାକୁ ହଜମ ବଟିକା ଦିଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller