Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମିତା ପଟନାୟକ

Thriller Others

4.3  

ମିତା ପଟନାୟକ

Thriller Others

ସମ୍ପର୍କ

ସମ୍ପର୍କ

1 min
123


ଯତ୍ନରେ ଗଢୁ ଗଢୁ 

ଖସି ଯାଏ ସମୟର ଫାଙ୍କରେ 

ଆଙ୍ଗୁଳି ସନ୍ଧିରେ ପୁଣି 

ଜୋର କରି ଥାପିଥିବା ପାପୁଲିରୁ


ଲିପାପୋଛା ମନ ଅଗଣାରେ 

ପୋତିଥିବା ଛୋଟିଆ ସମ୍ପର୍କ ର ଚାରା 

ସ୍ନେହ ଆଉ ସରାଗ 

ପ୍ରିତି ଆଉ ଫଗୁଣ କୁ ନେଇ 

ଭୂଇଁ ତାଡି ଦୁଇ ପତ୍ରୀ 

ହେଉ ହେଉ

କାହାର ନିର୍ଦ୍ଧେଷ ରେ 

ମୋଡ଼ି ମାଡି ହେଇ 

ଲୋଟି ଯାଏ ;

ମୃତ ପ୍ରାୟ 

ଶରୀର ଥାଇ ମଧ୍ୟ 

ସେ ହୁଏ ଅଚଳ ;


ଇଚ୍ଛା ମୃତ୍ୟୁ ର ଦଲିଲ 

କେବେ ଠୁଁ ସ୍ଵାକ୍ଷରିତ 

ଅଥଚ ମୃତ୍ୟୁ ବି ଅପହଞ୍ଚ 

ଦୂର ଦେଶୀ ବନ୍ଧୁ ଆଉ 

ଦୂର ପାହାଡ଼ ସବୁବେଳେ ସୁନ୍ଦର


ସମ୍ପର୍କ ବି ଏକ ବୃଥା ଆଶ୍ୱାସନା 

ଏକ ବିଡମ୍ବନା ;

କେବେ ନୁହେଁ 

ଏକ ସମ୍ଭାବନା ।


Rate this content
Log in