STORYMIRROR

Tapan Kumar Biswal

Inspirational Thriller Others

4  

Tapan Kumar Biswal

Inspirational Thriller Others

ସୁନ୍ଦର ସ୍ୱାସ୍ଥ୍ୟ

ସୁନ୍ଦର ସ୍ୱାସ୍ଥ୍ୟ

1 min
24K

ସୁନ୍ଦର ସ୍ୱାସ୍ଥ୍ୟର ପରିକଳ୍ପନା

ସମସ୍ତଙ୍କ ମନରେ ଅଛି

ଆବଶ୍ୟକତା ହିଁ ମଧ୍ୟ ଅଛି

ସଭିଙ୍କର


ନିରୋଗ ଜୀବନ ଯାପନ ନିମନ୍ତେ

ସନ୍ତୁଳିତ ଖାଦ୍ୟ ପେୟର ସେମିତି

ଆବଶ୍ୟକତା ରହିଛି

ଅନୁରୂପ ଭାବେ ବ୍ୟାୟାମର ମଧ୍ୟ

ଆବଶ୍ୟକ ଅଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ


ଯୋଗ ପ୍ରଣାୟମ ବ୍ୟାୟାମ 

ଜୀବନର ଏକ ଅଂଶ ହେବା ଉଚିତ

ଯାହା ଫଳରେ ଜୀବନ ହେଇପାରିବ

ସୁସ୍ଥ ସୁନ୍ଦର ଓ ନିରୋଗ


ଏକା କୌଣସି କଷ୍ଟ କାର୍ଯ୍ୟ ନୁହେଁ

ଦରକାର ଦୃଢ଼ ଇଚ୍ଛା ଶକ୍ତି

ଏବଂ ନିୟମିତ ଭାବେ ଅଭ୍ୟାସ

ବାସ ଏତିକି ହିଁ ଯଥେଷ୍ଟ


ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ

ନିୟମିତ ପ୍ରକ୍ରିୟାରେ ଅଭ୍ୟାସ

ଜୀବନକୁ ସରସ ସୁନ୍ଦର କରିବା ସହ

ଶରୀର ଓ ମନ ପ୍ରଫୁଲ୍ଲ ରଖିଥାଏ


ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହ

ଭରିଦିଏ ମାନସିକ ଶାନ୍ତି ଶରୀର ମଧ୍ୟରେ

ତେଣୁ ସୁସ୍ଥ ସୁନ୍ଦର ଓ ନିରୋଗୀ ସ୍ୱାସ୍ଥ୍ୟର

ପରିକଳ୍ପନା ଯୋଗ ପ୍ରଣାୟମ ବ୍ୟାୟାମକୁ

ବାଦ ଦେଇ କଳ୍ପନା କରିବା ହିଁ ବୃଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational