STORYMIRROR

Tapan Kumar Biswal

Fantasy Inspirational Thriller

4  

Tapan Kumar Biswal

Fantasy Inspirational Thriller

ସମ୍ପର୍କର ସଂଜ୍ଞା ବଦଳି ଯାଇଛି

ସମ୍ପର୍କର ସଂଜ୍ଞା ବଦଳି ଯାଇଛି

1 min
22.7K


କେମିତି ଗଢିଲ       ଏମିତି ସମ୍ପର୍କ


      ଅଧୁରା ଲାଗୁଛି ସତେ l


ସମ୍ପର୍କର ସଂଜ୍ଞା      ବଦଳି ଯାଇଛି


    ଏମିତି ଲାଗୁଛି ମୋତେ ll


ମଣିଷ ଠୁ ଶିଖି      ପ୍ରକୃତି ଯେ ମଧ୍ୟ


     ସମ୍ପର୍କର ସଂଜ୍ଞା ଭୁଲିଛି l


ବୈଶାଖ ମାସରେ   ଟାଣ ଖରା ଭୁଲି


      ବର୍ଷା ସହିତ ବୁଲୁଛି ll


ଶ୍ରାବଣ ମାସ ଯେ    ବର୍ଷା ସାଥି ଛାଡ଼ି


    ଖରା ସାଥେ ହୁଏ ମେଳ l


ମାଘ ମାସେ ଆଉ    ବାଘୁଆ ଶୀତ ର


     ପଡୁନାହିଁ ଆଉ ତାଳ ll


ଇନ୍ଦ୍ରଧନୁର ଯେ     ସାତ ରଙ୍ଗ ମଧ୍ୟେ


    ଯେଉଁ ରଙ୍ଗ ଟିକେ ନାହିଁ l


ସେଇ ରଙ୍ଗର ଯେ     ବଢୁଛି ଚାହିଦା


     ଅନ୍ୟର ଆଦର ନାହିଁ ll


ସମ୍ପର୍କର ରଙ୍ଗ      ଫିକା ପଡ଼ିଲାଣି


      ମଣିଷର ଭୁଲ ପାଇଁ l


ଆଧ୍ୟାତ୍ମିକ ଠାରୁ     ଦୂରେଇ ଯାଇଛି


      ଏହି ଆଧୁନିକ ପାଇଁ ll


ସବୁ ଦେଖି ଜାଣି    କେତେ ବା ସାହିବ


     ପ୍ରକୃତିର ନାହିଁ ବଳ l


ସମ୍ପର୍କର ସଂଜ୍ଞା       ମଣିଷ ଭୁଲିଛି


    ନିଶ୍ଚେ ହବ ଦିନେ କାଳ ll


ଏବେବି ରହିଛି        ଅଳପ ସମୟ


       ରକ୍ଷା କର ପ୍ରକୃତିକୁ l


ସମ୍ପର୍କର ସଂଜ୍ଞା       ବୁଝି ନିଅ ତୁମେ


     ଫେରିଯାଅ ପ୍ରାଚୀନକୁ ll


Rate this content
Log in

Similar oriya poem from Fantasy