ଆଉ ଏକ ପାଦ ଆଗକୁ...
ଆଉ ଏକ ପାଦ ଆଗକୁ...
ଜୀବନର ଆଉ ଏକ ପାଦ ଆଗକୁ
ଖରା ଆସିଲେ ଆସୁ
ଲାଗେ ଛାଇ ପରି କୋମଳ,
ଝଡ଼ ଆସିଲେ ଆସୁ
ଲାଗେ ବର୍ଷା ଠାରୁ ବି ଶୀତଳ
ଥିଲେ ଦୁହେଁ ସାଥିରେ,
କେବେ ଅଙ୍ଗନରେ, ମନ ଦର୍ପଣରେ... |
ସମ୍ପର୍କର ଆଉ ଏକ ଫର୍ଦ ଆଗକୁ
ଲୁହ ଆସିଲେ ଆସେ, ଯାଏ...
ଝରି ଯାଏ ମୁକ୍ତା ହୋଇ,
ମନ ନ ମାନିଲେ ରୁଷେ,
ରୁଷି ପୁଣି ନରମି ଯାଏ,
ଜିତେ, ଜିତି ପୁଣି ହାରେ,
ହାର୍ର ରେ ଥାଏ ତ ପ୍ରେମ...
ସେ ନିଆରା ଯତ୍ନରେ,ସେ ସୋହାଗ ସ୍ବପ୍ନରେ... |
ବିଶ୍ୱାସର ଆଉ ଏକ ଅର୍ଘ୍ୟ, କାଲିକୁ..
ଭାଙ୍ଗେ, ଯୋଡ଼େ,ପୂର୍ଣ୍ଣ ହୁଏ..
ପ୍ରତି ସ୍ପର୍ଶରେ,ପ୍ରୀତି ପ୍ରତିଶୃତିରେ...
ଏ ମନ ପବନରେ, ସେ ଫୁଲ ଫଗୁଣରେ
ସ୍ମୃତି ଯେ ଆଙ୍କି ହୁଏ ପୁଣି, ନୂଆ ଫର୍ଦ୍ଦରେ,
ଏ ମନ ମନ୍ଦିରରେ,ସେ ସିନଥି ସିନ୍ଦୁରରେ
ଏ ଭରା ବସନ୍ତରେ, ସେ ସାରା ଶ୍ରାବଣରେ... |

