STORYMIRROR

Tapan Kumar Biswal

Fantasy Inspirational Thriller

4  

Tapan Kumar Biswal

Fantasy Inspirational Thriller

ବଳଦ

ବଳଦ

1 min
333

ବଳଦ

*****


ମଣିଷ ଜାତିର ତଥା ସମଗ୍ର ବିଶ୍ୱର

ଆହାର ଯୋଗାଇବାର ଯେଉଁ ମୁଖ୍ୟ ବ୍ୟବସ୍ଥା

ତାର ମେରୁଦଣ୍ଡ ବଳଦ କହିଲେ ଯେ

ଭୁଲ ହେବନାହିଁ ଏହା ହିଁ ସତ୍ୟ 

କେବଳ ତାହା ନୁହେଁ ଏହା ଆମର

ପ୍ରାଚୀନ ପରମ୍ପରା ଓ ଭକ୍ତି ଭାବ ସହିତ

ନିରବଚ୍ଛିନ୍ନ ଭାବେ ଜଡ଼ିତ ଥିଲା ଆଉ ଥିବ ll


ଟାଣ ଢ଼ିପ କିମ୍ବା କାଦୁଅ ଜମି

ଏ କଥାକୁ କେବେ ନଜର ଦେଇନି

ଆଉ ନିଜର ହକ ମଧ୍ୟ ମାଗିନି

ସାହୁକାର ପାଖରୁ 

ବେଳେ ବେଳେ ଅମାନିଆ ହୁଏ ପ୍ରଥମେ ପ୍ରଥମେ

ତବଦଳରେ ଖାଏ ଗୁଡାଏ ମାଡ଼

ବାଟକୁ ନ ଆସିବା ପର୍ଯ୍ୟନ୍ତ

ମଥା ପାତି ସହିନିଏ ସବୁ 

କେବେବି ପ୍ରତିବାଦ କରେନାହିଁ ll


ପୂଜ୍ୟ ପୂଜା ର ପ୍ରତୀକ ମଧ୍ୟ ସେ

ମନେ ପଡେ ଗହ୍ମା ପୁନେଇ ଦିନ

କେତେ ଯତ୍ନ କେତେ ଆଦର 

ସବୁଦିନ ଅପେକ୍ଷା ନିଶ୍ଚିତ କିଛି ଅଲଗା

ଆଉ ନିଆରା ଢଙ୍ଗରେ ll


ବିଜ୍ଞାନ ଆଗେଇଛି ସତ

ବଳଦ ର ସ୍ଥାନ ମେସିନ ମାଡି ବସିଛି

ତୁଳନାତ୍ମକ ଭାବେ ଅଧିକ କାର୍ଯ୍ୟ କରୁଛି ସତ

କିନ୍ତୁ ଧର୍ଯ୍ୟ ସହନଶୀଳତା ନମ୍ରତା

କର୍ମତତ୍ପରତା ବାଧ୍ଯତା ଆଜ୍ଞାବହତା

ବିସ୍ଵସ୍ତତା ର ପ୍ରତୀକ ବଳଦ

ଏହା କିନ୍ତୁ ସ୍ୱୀକାର କରିବାକୁ ହେବ ll


ଶଗଡ଼ିଆ ଭାଇର ଆଗରେ ଥାଇ

ଶୁଣିଥାନ୍ତି କେତେ ଜାତି ଗୀତ

ସେ ଦୃଶ୍ୟ ଆଜି ସ୍ବପ୍ନ ପରି

ଚଷା ପୁଅର ସବୁବେଳେ ପ୍ରିୟ ଓ ନିଜର

ସମଗ୍ର ବିଶ୍ୱ ପାଇଁ କେତେ ଯେ ତ୍ୟାଗ କରିଛି

ଝଡ଼ ବର୍ଷା ଶୀତ କକର ସହି

ତାର ତୁଳନା ନାହିଁ ll

କିନ୍ତୁ ଦୁନିଆ ଦେଇଛି ତାକୁ ବଳଦର ନାଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy