STORYMIRROR

Sukanti Hotta

Thriller Others

4  

Sukanti Hotta

Thriller Others

ଧୂଳିଧୂଆଁ

ଧୂଳିଧୂଆଁ

1 min
213


ଧୂଳିଧୂଆଁର ପୃଥିବୀ

ଅଣନିଶ୍ୱାସୀ ବିଶ୍ୱ

କରୋନା କବଳେ

ହେଲା ସବୁଜିମା

ଅଦୃଶ୍ୟ ପାହାଡ଼ ପର୍ବତ

ନଦୀ ଝରଣା ବନାନୀ

ଦୃଶ୍ୟମାନ ହୋଇ

ବଢ଼ାଇଲା ଉପମା

ଆସିଲା କରୋନା ।

କଳକାରଖାନା ଗାଡି ମଟର

ବିଶ୍ରାମ ନେଲେ

ସତେକି ଚାବିଦିଆ କଣ୍ଢେଇ

ପ୍ରକୃତିର ଉଛୁଳା ଯୌବନ

ପରିବେଶ ଶାନ୍ତ ଶବ୍ଦ ହୀନ

ପଶୁପକ୍ଷୀଙ୍କ ଖାଦ୍ୟ ପାଇଁ

ଆକୁଳ କ୍ରନ୍ଦନ

ମଣିଷ ମାନଙ୍କ ହୃଦୟରେ

କରୁଣ ଚିତ୍କାର

କରୋନା ଆସେନା

ନା ନା ଛୁଅଁନା ।

ମାସ୍କ ପିନ୍ଧି ଯୋଦ୍ଧାଙ୍କ ସମାଗମ

ଦୟା କ୍ଷମା ପ୍ରେମର

ଚତୁଃର୍ଦିଗେ ବିତରଣ

ଭୟର ବାତାବରଣ

ରାସ୍ତାଘାଟ ଶୂନଶାନ

ସମସ୍ତଙ୍କ ମୁଖେ

ଯା ଯା କରୋନା,

ଶାନ୍ତିରେ ଟିକେ

ବଞ୍ଚିବାକୁ ଦେ

ହୋଇ ସଚେତନ

କରି ମାସ୍କ ପରିଧାନ

ସାମାଜିକ ଦୂରତ୍ୱକୁ ରଖି

ପାଳି ନିୟମ

ଯା ଯା କରୋନା

ପାଖକୁ ଜମା ଆସେନା

ନା ନା ଛୁଅଁନା.. ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller