STORYMIRROR

pranati Mahapatra

Inspirational Thriller

4  

pranati Mahapatra

Inspirational Thriller

ନୂଆ ଠିକଣା-ଦୁର୍ଘଟଣା

ନୂଆ ଠିକଣା-ଦୁର୍ଘଟଣା

1 min
300

 

ଲକ୍ଷ୍ୟହୀନ ଭାବେ    ବୁଲୁଥିଲି ମୁହିଁ

    ଘୋର ତିମିର ଅରଣ୍ୟେ,

କୂଳ କି କିନାରା     ଖୋଜେ ବୁଝେନାହିଁ

   କି ଥିଲା କେଜାଣି ଭାଗ୍ୟେ।


ପୂରୁବ ଆକାଶୁ     ଉଇଁଥିଲେ ରବି

      ବିଞ୍ଚି ସୁନେଲି କିରଣ,

ତିମିର ଅରଣ୍ୟୁ     ହିଂସ୍ର ଜନ୍ତୁ ଗଣ

     ଲୁଚିଲେ ଘୋର କାନନ।


ଜିଇଁବାର ଥିଲା     ଅଦମ୍ୟ ଲାଳସା

    ବିବେକ ଜାଗି ଉଠିଲା,

ରବି କିରଣରେ     ଜ୍ଞାନୋଦୟ ହେଲା

     ସାହସ ବି ଆସିଗଲା।


ହଟିଲା ଅନ୍ଧାର    ସୂର୍ଯ୍ୟାଲୋକ ତେଜେ

      ଝଲମଲ ହେଲି ମୁହିଁ,

ଦୁର୍ଘଟଣା ଗୋଟେ   ଘଟିଥିଲା ବୋଧେ

     ବସି ଭାବେ ରହି ରହି।


ବିସ୍ତାରେ କହଇ   ଥିଲି ବଣମଲ୍ଲୀ

     ପାଖେ ଥାଇ ବି ଅଚିହ୍ନା,

ଷ୍ଟୋରିମିରର ମୋତେ  ଦେଲା ପରିଚୟ

      ହେଲା ମୋ ନୂଆ ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational