STORYMIRROR

Nalini kanta Padhi

Inspirational

4  

Nalini kanta Padhi

Inspirational

ଭୋକ

ଭୋକ

1 min
245

ଭୋକ ଲାଗିଲେ

ପେଟରେ ମୂଷା ଡ଼ିଏଁ

ମନ ଚହଲି ଯାଏ

ସର୍ବତ୍ର ଦିଶେ ଅନ୍ଧାର ll 


ଭୋକ ସମସ୍ତଙ୍କର ଅଛି

ମାନସକ, ଶାରୀରିକ

ଆତ୍ମିକ

ଭୋକ ସମ୍ଭାଳି ପାରେନି ଜୀବ ll


ଏ ଦୁନିଆରେ ଯାହା ଦେଖୁଛ

ଯାହା କରୁଛ

ଯାହା ବି ସ୍ବପ୍ନ ଦେଖୁଛ

 ଏ ଭୋକ ପାଇଁ  ll


ତେଣୁ, ଭୋକକୁ ସଲାମ କର ll


ବୋଧେ,

ଭୋକ ନ ଥିଲେ

ବାୟୁ, ଜଳ, ମାଟି

ନିଆଁ ଓ ଆକାଶ

ହୁଅନ୍ତା ଅଲୋଡ଼ା 

କେହି କିଛି କରନ୍ତେନି

ସୁପ୍ତ ହୁଅନ୍ତାନି ଜାଗ୍ରତ 

ନ ଥାନ୍ତା ଏ ସୁନ୍ଦର ପୃଥିବୀ 

ବଂଚିବାର ଅର୍ଥ ହିଁ ନ ଥାନ୍ତ ଜମା !!


Rate this content
Log in

Similar oriya poem from Inspirational