STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ଭୋକ ଦିବସ

ଭୋକ ଦିବସ

1 min
283

ବ୍ୟକ୍ତି ବିଶେଷଙ୍କ ମରିବା ପରେ 

କାନ୍ଦନ୍ତି ସଭିଏଁ

ହେଲେ କେହି ଜଣେ ମରିବା ପରେ

କାନ୍ଦନ୍ତିନି କିଏ

କିଏ ସିଏ

ପେଟରେ ଯେବେ ନିଆଁ ଲାଗେ ତାକୁ 

ଭୋକ ନାଁ ଦିଆଯାଏ


ଅପଣାନ୍ତି ଅନେକ ପନ୍ଥା ପେଟର

ଭୋକକୁ ମାରିବା ପାଇଁ

ଅତ୍ୟଧିକ ଭୋକ ଆଖି ଦରଜା 

ଦେଇ ଲୁହ ହୋଇ ଆସେ ବହି

ହାତ ଦୁଇଟି ଆପେ ଆପେ ବଢିଯାଏ

ଆଗକୁ କିଛି ଖାଦ୍ୟ ଆଶାରେ

ନଚେତ ଖୋଜୁଥାଏ ଡଷ୍ଟବିନ ଥିବା 

କୁଢ଼ କୁଢ଼ ଅଳିଆ ଗଦାରେ


ମିଳିଗଲେ କିଛି ଅଇଁଠା ,ପୋକ

ସାଲୁସାଲୁ ଖାଦ୍ୟ ମିଳିଯାଏ ଆତ୍ମତୃପ୍ତି

ଅବଶ ଦେହ ଆଉ ନିସ୍ତେଜ ଆଖିକୁ ମିଳିଯାଏ 

କିଛି କ୍ଷଣ ପାଇଁ ଶକ୍ତି

ମରିଯାଏ ପେଟର ଭୋକ ଓଠେ ଖେଳେ 

ଚିମୁଟାଏ ହସ

ପୁଣି ଜୀଵନ ସହ ଯୁଝିବାକୁ ହୁଏ

ଅପେକ୍ଷାରେ ଥାଏ ଆଉ ଏକ ଭୋକ ଦିବସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract