STORYMIRROR

Dharmaraj Majhi

Tragedy

3  

Dharmaraj Majhi

Tragedy

ଭୋକ (୨)

ଭୋକ (୨)

1 min
332


ଖାଲି ପାଣି ଆଉ ପବନ ପିଇ

କେତେଦିନ ବା ଜୀଇବ ମଣିଷ

ଧାରା କ'ଣ ହେଲାଣି ନିଃସ୍ଵ ??


ବିକଳ୍ପ ତ କରିବ ଭୋକ

ଯୋଗାଡ଼ ତ କରିବ ଆହାର

ପାହାଡି କନ୍ଦା ହେଉ ଅବା ଲାନ୍ଦା

ଆମ୍ବ କୋଇଲିର ପେଜ ହେଉ ଅବା ପିଠା

ତା ପାଇଁ ବିଷ ବି ଅମୃତ

ଭୋକର ଗୋଟିଏ ହିଁ ପ୍ରଶ୍ନ,

ଶୂନ୍ୟ ସ୍ଥାନ ମୋର କର ପୂର୍ଣ୍ଣ ??


ଭୋକକୁ କିଛି ନ ମିଳିଲେ

ଖାଇଯିବ ଦେହର ଚର୍ବି ମାଂସ ଅସ୍ଥି ଆଉ ମଞ୍ଜା

ରକ୍ତକୁ ଶୋଷିଯିବ ପିଶାଚ ପରି,

ନ ହେଲେ ଅନାହାର କାହିଁ କରନ୍ତା,

ମଣିଷକୁ କଙ୍କାଳ ଆଉ ଶବ ପ୍ରାୟ ?


ଭୋକ ତ ଏବେ ବୁଲୁଛି ବାରବୁଲା ହୋଇ

ସହରେ ରାସ୍ତାରେ ଗଳିରେ , କନ୍ଦିରେ

କ୍ଳାନ୍ତ ହୋଇ ଶୋଇପଡ଼ିଛି କେଉଁ ଗଛର ଛାଇରେ,

ଛଟପଟ ମାଇନପଦର ର ପ୍ରତିଟି କୁଡିଆରେ

ନଗଡାର ଘରେ ଘରେ

ପୁଣି କାଶିପୁରରେ,


ହେଇ ତ ଖବରକାଗଜରେ ଆସିଲାଣି

ମୁଖ୍ୟ ଖବର:-

"ଭୋକର ହୋଇଛି ମୃତ୍ୟୁ,

ଅନାହାରରେ

ଆଉ ଅଖାଦ୍ୟରେ"!!


ଆରେ:

"ଦି ଅଳି ଦି ମିଠା ଭାତ"

ଏଇଟା ତ ଭୋକର ଦାବୀ

ଭୂଭୁକ୍ଷାର ଇସ୍ତାହାର

କ'ଣ ଖାଲି ଭୋକ ଏମିତି କରୁଥିବ ଅନଶନ

କରୁଥିବ ବିଳାପ ଆଉ ହାହାକାର,

କ'ଣ କ୍ଷୁଧାର୍ତ୍ତକୁ ମିଳିବନି:

"ଦି ବେଳା ଦି ମିଠା ଆହାର"??



Rate this content
Log in

Similar oriya poem from Tragedy