STORYMIRROR

Prameya Rampur

Romance Tragedy Inspirational

4  

Prameya Rampur

Romance Tragedy Inspirational

ନଥିବା ବେଳର ସମୟ

ନଥିବା ବେଳର ସମୟ

2 mins
318

ତୋ ବାଲକୋନୀର ଫୁଲଗଛମାନଙ୍କ ପତ୍ରଝଡ଼ା ପରି

ତୁ ନଥିବା ବେଳର ସମୟ ।

ତୋ ଘରୁ ବାହାରି ଆସିଲା ବେଳେ

ବାଲକୋନୀ ଫୁଲଗଛ ଫାଙ୍କରୁ ବିଦାୟ ଦେଉଥିବା ପାପୁଲି

ବାମ କାନ୍ଧରେ ତୁ ଆଉ ଝିଅ ମାରିଥିବା ଦୁଇ ଖୁନ୍ଦା

ମୋର ଟିକେ ଦୂରରେ ଦେବୀ ଆଖିôରୁ ଝରୁଥିବା ଲୁହ

ଲୁହକୁ୍ ହାତରେ ପୋଛି ନ ପାରିବାର ଅସହାୟ ସମୟ

ତୋ ପ୍ରିୟ ମଣିଷର ସ୍ୱପ୍ନରେ ଥିବା ଓଡ଼ିଶା

ଝିଅ ସହ ମୋବାଇଲ ଚୋରୀ ଖେଳ

ତୁ ଦେଇଥିବା ଦୁଇ ବୋତଲ ଶୋଷବେଳର ଜଳ

ଏବେ ଏଇମାନେ ହିଁ ମୋ ଜୀଇଁବାର ସମ୍ବଳ ।

କହିଛି ତ ବାରବର୍ଷ ପରେ ପୁଣିଥରେ ଭେଟିଦେବି ସେହି ଫୁଲ

ଯାହା ମୋ ସଂଚିତ ଭାଗ୍ୟ ଆଉ ଭାଗଫଳ । 

ଭଲ ଲୋକର ମନକୁ ବୁଝିପାରୁନଥିବା ତୁ

ବୋକା କି ମୁର୍ଖ ନଥିଲୁ

ଅତୀତକୁ ଭୁଲିବାର କଥା କହୁ କହୁ

ଗୋଟେ ଉପନ୍ୟାସର ଚରିତ୍ର ପାଲଟିଗଲୁ

ପାଉନଥିବା କଥା କହେ ସିନା ମୁଁ

ତୁ ଇ ମୋର ପ୍ରାରମ୍ଭ ଆଉ ଶେଷ ପ୍ରାପ୍ତି କେମିତି ଭୁଲିଲୁ? 

ମୁହଁରେ ବୋଳି ହେଇଥିବା ପାଉଡ଼ର

ଶୋଇବାଘର,ରୋଷେଇଘର,ଡ଼୍ରଇଂରୁମ୍‌

ସବୁଠି ପକେଇ ଦେଇଚି ପଦଚିହ୍ନ

ତୋ ଅଜାଣତେ କେବେଠୁ ମୁଁ ଛୁଇଁ ସାରିଚି ତୋର ମନ

ତୁ ବୁଝିନଥିବା ଗୋଟିଏ କବିତା

ଯାହା ମୋତେ ଦେଇଥିଲା ନୂଆ ଏକ ସୁରିଲା ଜୀବନ ।

ଏବେ ଠପ୍ ଠପ୍ ଆଖିରୁ ଝରିପଡ଼ୁଛି ଲୁହ

ଇଚ୍ଛାରେ ନୁହେଁରେ,

ଆର ଥରକୁ କିଛି କଥା ବାକି ଥାଉ ବୋଲି ହିଁ

ତୋ ପାଖରୁ ନେଇଥିଲି ବିଦାୟ ।

ଏବେ ମୋ ଚାରିପାଖେ ଘନଘୋର ଅନ୍ଧକାର

ଖାଁ ଖାଁ ନୀରବତା,ବିଧବା ପୃଥିବୀ

ଆଗକୁ ଯାଉନଥିବା ସମୟ,

କାହା ଆଗରେ କହିହେଉନଥିବା କୋହ

କହ କହ,କେମିତି ବଂଚିବି

ତୋ ବିନା କାହାଆଗେ ନିଜକୁ ଖୋଲିବି ।

ଗୋଟାପଣେ ମୋ ଭିତରେ ତୁ

ଖୋଜିହୁଏ ତୋତେ,

ତୁ ଯେବେ ଲୋଡ଼ିବୁରେ ମୋତେ

ପାଂଚଘଟା ପଇଁତିରିଶ ମିନିଟ ଚାଳିଷ ସେକେଣ୍ଡର ସମୟ ଦେବୁ ତୋ କବାଟ ସାମ୍ନାରେ ମୋତେ ହିଁ ପାଇବୁ ।

ଦେବୀ ଲାଗି ଧାଇଁଯାଇପାରେ ଶହେ ଅଶୀ କିଲୋମିଟର,

ଅଶୀରେ ଦୌିଡ଼ିବି,ସାମ୍ନାରେ ଦେଖିବି

ସୁଖଦୁଃଖ ହେବି,ସ୍ମୃତି ସାଉଁଟିବି

ସୁଧ ସହ ତୋ ଖୁନ୍ଦା ତୋତେ ଫେରେଇବି

ତୋ ଘର ଆଗରାସ୍ତାରେ ହିଁ ଧନୁପାଲି ହେଇ

ଘରକୁ ଫେରିବି ।

ଦେବୀ ! ତୁ ହିଁ ମୋର ଶେଷ ଉଚ୍ଚାରଣ

ବିଦ୍ୟାରାଣରେ ଧନ

ତୁ ନଥିବା ବେଳର ସମୟ ମୋତେ ଦିଏ ନିର୍ବାସନ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance