Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmaraj Majhi

Tragedy

3  

Dharmaraj Majhi

Tragedy

ଭୋକ (୧ )

ଭୋକ (୧ )

1 min
279


ଭୋକ-(୧)

ବରା, ପକୁଡ଼ି, ଗୁଲଗୁଲା ଆଉ ଗିଲାସେ ପାଣିରେ

ବି କାବୁ କରିହୁଏ ଭୋକକୁ,

ବୁଝାଇ ବି ହୁଏ ତା ଅଝଟପଣ

ପେଟରେ ଓଦା କନା ବାନ୍ଧି

ବୋଲ ବି କରିହୁଏ ତା ବିକଳପଣ

କିଛି କ୍ଷଣ !


ଅଇଁଠା ଖଲିର ଅବଶିଷ୍ଟ ଅନ୍ନ

ଆଉ ଉଛିଷ୍ଟ

ଭୋକର ମାନ ରଖିବାକୁ ଯଥେଷ୍ଟ

କ୍ଷୁଧାର ଉଦ୍ୟତକୁ କରିବାକୁ ନଷ୍ଟ !


ଖୋଜାହୁଏ ପ୍ରତିଟି ଚେହେରାରେ ଈଶ୍ୱର

କିଏ ତ ଶୁଣିବ ଭୋକର ଆତୁର ଚିତ୍କାର

କିଏ ତ ବୁଝିବ ଆକୁଳଭାଵ ଆଉ ଆବେଗ

ଦାନ କରି ଦାନୀ ହୋଇ

ପୁଣ୍ୟ ଅର୍ଜିବାର ନେବ ସୁଯୋଗ ।


ସ୍ୱାଭିମାନୀ ଭୋକର ତ ସବୁଦିନ ଅନଶନ

ନିତି ଉପାସ,

ଭୋକ କାନ୍ଦି ପାରେ ନା

ସେ ଦାଦନ ଫେରନ୍ତା

ଶୂନ୍ୟହସ୍ତା ପ୍ରତାରିତ ବାପ,

ଇଛା ଵାହୁନି ଵାହୁନି କାନ୍ଦନ୍ତା ଅଝଟ ଶିଶୁ ପରି

ପୂର୍ଣ୍ଣ ନ ହେଲେ ତା ଇଛା ମୁତାବକ ।


ଭୋକ ପୁଣି ଲତା ଲାଜକୁଳି,

ଝାଉଁଳି ପଡେ ମୁହଁ ଶୁଖାଇ

ଅପୂର୍ଣ୍ଣ ରହିଲେ ଥାଳି ଆଉ ତା' ଅଳି !


ସୀମା ଲଙ୍ଘିଲେ

ଭୋକ ହୁଏ ହିଂସ୍ର,

ବହଳ ଅନ୍ଧକାରରେ ଛୁରିକୁ ଲାଲ କରି

ଖୋଜେ ମୄତପିର ମୁଣିରୁ ଠିକଣା

ହାଣ୍ଡିଶାଳର,

ହୋଟେଲ ଅବା ଢ଼ାବାକୁ ଯିବାର

ସରଳ ସହଜ ପ୍ରବେଶ ପତର।।


ଭୋକ !

ଏବେ ଭୋକ ନୁହେଁ ରେଷ୍ଟୁରlଣ୍ଟରେ,

କ୍ଷୁଧା.!

ଏକ ବିଜ୍ଞlପନ ପ୍ରଚାରର,

ଏକ ସଉକ!

ମଉଜ କରିବାର କଳା,

ମୁଠା ମୁଠା ଟଙ୍କl ଖର୍ଚ୍ଚ କରିବାର ପାଗଳାମି

ଶୀତତାପlନୁକୁଳ କୋଠରୀ ଭିତରେ !!


Rate this content
Log in

Similar oriya poem from Tragedy