Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଭଞ୍ଜଭୂମି କନ୍ୟା :ଦ୍ରୌପଦୀ ଅନନ୍ୟା

ଭଞ୍ଜଭୂମି କନ୍ୟା :ଦ୍ରୌପଦୀ ଅନନ୍ୟା

1 min
234


ବାଜୁଛି ଟମକ ଭେରୀ ତୂରୀ ଆଜି

ଶପଥ ଗ୍ରହଣ ଦିନ

ଓଡିଶାର ଝିଅ ଦ୍ରୋପଦୀ ମୁର୍ମୁ

ନୂତନ ମହାମହିମ ।


ଜିଲ୍ଲା ମୟୂରଭଞ୍ଜ ରାଇରଙ୍ଗପୁର

ଆମ ଓଡ଼ିଶାର ମାଟି

ଗର୍ବିତ ଆଜି ସମଗ୍ର ଭାରତ

ସୁନାଝିଅ ରାଷ୍ଟ୍ରପତି ।


ପାହାଡର କନ୍ୟା ପ୍ରେରଣା ଝରଣା

ସୁବାସିତ ବଣମଲ୍ଲୀ

ଉତ୍ସର୍ଗୀତ ସେବା ସୁବାସ ମହକେ

ବହେ ପ୍ରାଣୋଚ୍ଛ୍ୱ।ସ ତୋଳି ।


ଦାରିଦ୍ର୍ୟ କଷଣ ଶତ ବାଧାବିଘ୍ନ

କରି ସିଏ ଉଲ୍ଲଙ୍ଘନ

ହସାଇଛି ତୀର କୁଳୁକୁଳୁ ତାନେ

ସୁନ୍ଦର ସବୁଜ ସ୍ୱପ୍ନ ।


ଅରଜିଲେ ବିଦ୍ୟା ସହି ଦୁଃଖକଷ୍ଟ

ମାଟିର ସାନ୍ତାଳୀ ଝିଅ

ଜୀବନ ସ°ଗ୍ରାମେ ହରାଇଲେ ସ୍ୱାମୀ

ଅକାଳରେ ଯୁବା ପୁଅ ।


ସେ ସର୍ବ କନିଷ୍ଠ ଦ୍ୱିତୀୟ ମହିଳା

ହୋଇ ମଧ୍ୟ ଜନଜାତି

ମଣ୍ଡନ କରିଲେ ସର୍ବୋଚ୍ଚ ପଦବୀ

ଭାରତର ରାଷ୍ଟ୍ରପତି ।


ଆମ ଗଣତନ୍ତ୍ର ମର୍ଯ୍ୟାଦା ସମ୍ପନ୍ନ

ଦେଉଛି ବି6ଶ୍ୱ ସନ୍ଦେଶ

ମୂଳମନ୍ତ୍ର ଆମ ଶାନ୍ତି ଓ ଅହି°ସା

କଲ୍ୟାଣ ଜନ ବିକାଶ ।


ନାହିଁ ଭେଦାଭେଦ ଜାତି ଧର୍ମ ବର୍ଣ୍ଣ

ହରିଜନ ଗିରିଜନ

ଏକତାର ସୂତ୍ରେ ସଭିଏଁ ସମାନ

ଭାରତମାତା ସନ୍ତାନ ।


ଜାତୀୟ ସ°ହତି ବିଶ୍ୱ ଶାନ୍ତି ପାଇଁ

ଭାରତ ସଙ୍କଳ୍ପବଦ୍ଧ

ଅପ୍ରତିମ ଆମ କର୍ତ୍ତବ୍ୟ ଶୃଙ୍ଖଳା

ଆମେ ଦକ୍ଷ ପ୍ରତିବଦ୍ଧ ।


ନିର୍ଭର ଯୋଗ୍ୟ କର୍ମ ତତ୍ପର

ପ୍ରଗାଢ ପ୍ରଗତିଶୀଳ

ଆମ ଯୁବଶକ୍ତି ଜ୍ଞାନ କଉଶଳ

ବିଭବ ଶ୍ରେଷ୍ଠ ସମ୍ବଳ ।


ମହୀୟସୀ ତୁମେ ଅନନ୍ୟା ଦ୍ରୋପଦୀ

ଭଞ୍ଜଭୂମି ଗିରିକନ୍ୟା

ନବ ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟେ

ଯୋଡ ଓଡିଶାର ନାଆଁ ।


ସ୍ୱାଧୀନ ଭାରତେ ଜନ୍ମ ନେଇଥିବା

ଦୁହିତା ଦ୍ରୌପଦୀ ମୁର୍ମୁ

ଆମ ଗଣତନ୍ତ୍ର ଉଜ୍ଜ୍ୱଳ ଜ୍ୟୋତିଷ୍କ

ଅଭିନନ୍ଦନୀୟ ଏଣୁ ।


ଭଞ୍ଜମାଟି ଝିଅ ଦ୍ରୋପଦୀଙ୍କ ପାଇଁ

ଓଡିଶା ଗୈ।ରବାନ୍ୱିତ

ରାଇସିନା ହିଲ୍ସ ସୃଜୁ ଇତିହାସ

ବିକଶୁ ନବ ଭାରତ ।


ପ୍ରଚଳୁ ଜୀବନ ପ୍ରଗତିର ଚକ୍ର

ଗତି ଲଭୁ ନିଷ୍ପେସିତ

ପୁକାରେ ସମୟ ହୁଅ ଅଗ୍ରସର

ଜାଗ୍ରତ ଶ୍ରେଷ୍ଠ ଭାରତ ।


ଧନ୍ୟ ଦ୍ରଉପଦୀ ଓଡ଼ିଶାର ମାଟି

ଜୟ ଜଗନ୍ନାଥ ଜୟ

ଦିଅ ପ୍ରଭୁ ଶକ୍ତି ଶୁଭାଶିଷ ବୁଦ୍ଧି

ସୁକର୍ତ୍ତବ୍ୟ ହେଉ ଧ୍ୟେୟ ।



Rate this content
Log in

Similar oriya poem from Inspirational