STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ଭଙ୍ଗାପଣ

ଭଙ୍ଗାପଣ

1 min
225

ଭାଙ୍ଗିଯାଇଥିବା ମନ ଜଳି ଯାଇଥିବା ଇଚ୍ଛାକୁ

ଆଉ ତୁମେ ଭାଙ୍ଗିବ କେମିତି

ମୁଁ ପରା ଭଙ୍ଗାପଣିଆର ଲୋକଟିଏ, 

ତୁମେ ଗୋଟାପଣେ ସମୟ ପରିସ୍ଥିତିର ସମ୍ରାଟ, 

ଜୀବନ୍ତ ଆଶାର ପୂର୍ଣ୍ଣ କୋଣାର୍କ ଆଦିଶଙ୍କରାଚାର୍ଯ୍ୟଙ୍କ ବିତର୍କ

ମୁକ୍ତ ଆକାଶରେ ଗରୁଡ଼ ପକ୍ଷୀ ଈଶ୍ୱରଙ୍କୁ ପିଠିରେ ନେଇ 

ମୋ' କଥା କର୍ମମାନ କୁ ଦେଖି ହସୁଥିବା ତୁମେ ପୁରୁଷ ବିରାଟ, 

ତୁମେ ଗଢିଛ ବି ଓ ଭାଙ୍ଗିଛ ସତ

କିନ୍ତୁ ଭୟ ନାହିଁ ମୋର ଆଉ ଭାଙ୍ଗିବାର

ନା ଆଶଙ୍କା ରକ୍ତ ଦେଖି ମରଣର ମଶାଣିର

ଆଶା ବି ନାହିଁ ଆଉଥରେ ଗଢିହେବାର ତୁମ ବିନା, 

ଜଣାମୋତେ ମଣିଷ ମୁଁ ପୁଣି ଗଢିଲେ ପୁଣି ଭାଙ୍ଗିବ ମୋତେ

ଏ ଅଧାପଣରେ ଏ ଭଗ୍ନମନରେ ପୂର୍ଣ୍ଣତାର ସନ୍ଧାନ କରି

ନିଃଶ୍ୱାସର ଗାଆଁ ମୁଣ୍ଡ ଛକ ଯାଏ ଚାଲିବି 

ଯଦି ହୁଏ ଟିକେ ଦୌଡ଼ିବି କିନ୍ତୁ 

ଏକାକୀ ଏ ଭଙ୍ଗାପଣର ମାନସିକତା ନେଇ, 

ତୁମେ ଦେଖୁଥିବ ମୋତେ ଉପରେ ଭିତରେ

ହସୁଥିବ ଆଉ କହୁଥିବ ମୂରୁଖ ମଣିଷ କିଛି ଜାଣିନି

ହଁ ମୁଁ ସେ ଅଜଣାପଣରେ ହିଁ ତୁମକୁ ଖୋଜିବି

ହେଲେ କହିବିନି ଗଢିଦିଅ ଏ ମନ ମୋର

ତୁମେ ଥିଲ ଶ୍ରେଷ୍ଠ ସର୍ବଦା ସର୍ବଶକ୍ତିମାନ ଈଶ୍ୱର

ଆଜି ଅଛ କାଲି ରହିବ ଯୁଗଯୁଗ ଅନନ୍ତ ସମୟ

ମୁଁ ହାରୁଥିବି ଖୁସି ଏହା ମୋର

ମୁଁ ଅଧମ ଅକିଞ୍ଚନ ନରଟିଏ

ତୁମେ ଗଢିବାରେ ଦକ୍ଷ ଜାଣେ

ଆଉ ମୁଁ ଭାଙ୍ଗିବାରେ 

ଅବଶ୍ୟ ନିଜକୁ ନିଜ ମନକୁ ନିଜ ଇଛାକୁ 

ଏ ଭଙ୍ଗାପଣରେ ହିଁ ହୋଇଯାଏ ଶେଷ ପୁରିଯାଉ ଆୟୁଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational