Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

4  

Bijay Prusty

Drama

ଭଙ୍ଗା ଦେଉଳର ଦେବୀ

ଭଙ୍ଗା ଦେଉଳର ଦେବୀ

1 min
210



ଦେଉଳଟିଏ ମୁଁ ତୋଳିନି ତୋପାଇଁ

ରଖିଛି ମୋ ଛାତିତଳେ

ନିତି ନିତି କିଆଁ ଛାତି ମୋ ଚିରୁଛୁ

କନ୍ଦାଉଛୁ ତୋର ଛଳେ I


କେତେ ଛଳ ଆଉ କରିବୁ କହ ଲୋ

କେତେ ଆଉ ଦେବୁ ଲୁହ

କେତେଦିନ ଆଉ ଭଙ୍ଗା ଦେଉଳରେ

ଅପୂଜା ରହିବୁ କହ I


ବାଟ ହୁଡିଥିବା ବାଟୋଇଟିଏ ମୁଁ

ତୁ ଏକ ମାଇଲ ଖୁଣ୍ଟ

ତୋ ପଖରେ ସଦା ନିର୍ବାକ ହୁଏ ମୁଁ

ଭାଙ୍ଗିଯାଏ ମୋର ଆଣ୍ଟ I


ଲିଭାଇ ଦେଲୁ ତୁ ନିଜ ହାତେ ସଖୀ

ମୋ ମନ ତଳର ରଙ୍ଗ

ଭାଙ୍ଗିଦେଇ ମୋର ସପନ ସଉଧ

କରିଦେଲୁ ବିକଳାଙ୍ଗ I


ଇନ୍ଦ୍ରଧନୁର ରଙ୍ଗ ସବୁ କିଆଁ

ନିଜହାତେ ପୋଛି ଦେଲୁ

ଅନ୍ଧକାର କଲୁ ମୋ ମନ ଆକାଶ

ଜହ୍ନକୁ ଲୁଚାଇ ଦେଲୁ I


ଚିର ସବୁଜ ଲୋ ମନଟି ତୋହର

ସବୁଜିମାଭରା ଦେହ

ବଇଶାଖୀ ଝାଞ୍ଜି କିଆଁ ପାଲଟିଲୁ

ଜାଳିଦେଲୁ ମୋର ମୁହଁ I


Rate this content
Log in

Similar oriya poem from Drama