STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଭଲରେ ଅଛି ମୁହିଁ

ଭଲରେ ଅଛି ମୁହିଁ

1 min
119

ମୋ ଚାଳଘର ଭଙ୍ଗା ଛପର

  ରାତିରେ ଜହ୍ନ ପଡ଼େ 

ରାତି ପାହିକି‌ ସକାଳ ହେଲେ

  ଖରା ପଡେ ମୋ ଘରେ।


ବରଷା‌ ପାଣି ଗଳ‌ଇ ପୁଣି

  ହେଲେ ବରଷା‌ ଦିନ 

ଶୀତ କାକରେ ମୋ କୁଡିଆରେ‌

  ସୁଖରେ ବିତେ ଦିନ।


ସୁଖ ଓ ଶାନ୍ତି ରହିଛି ଲାଖି‌

  ମୋ ଝାଟିମାଟି‌ କାନ୍ଥେ‌ 

ଶାଗ ପଖାଳ ଖୁସି ମଧୁର

  ମୋ ସ୍ତ୍ରୀ ପିଲା ସାଥେ।


ଦିନ ମଜୁରୀ ମୂଲରେ‌ ପୁଣି

  କିଣେ‌ ମୁଁ ତେଲ ଲୁଣ 

ବଡ଼ ମୋ ପାଇଁ ବଡଠାକୁର

  ବଡ଼ ମୋ ସନମାନ‌।


କାହାରି ମନ୍ଦ ଚିନ୍ତା କରେନା

  କାହାରି ଧାରେ ନାହିଁ 

ଖଣ୍ଡିଏ ପିନ୍ଧି ଗଣ୍ଡିଏ ଖାଇ

  ଭଲରେ ଅଛି ମୁହିଁ।


ପାଞ୍ଚ ପରାଣୀ‌ କୁଟୁମ୍ବ ଘେନି

  ଛୋଟିଆ ମୋର ରାଜ୍ୟ 

ସେଇ ରାଇଜେ କାଳିଆ ରଜା

  କରେ ମୁଁ ତାଙ୍କ କାର୍ଯ୍ୟ।


କାର୍ଯ୍ୟରୁ ଫେରି ପିଲାଙ୍କୁ ଦେଖି

  ପେଟ ମୋ ଯାଏ ପୁରି 

ଖୁସି ଗପରେ ହସ ମଜାରେ

  ମୋ ଦିନ ଯାଏ ସରି।


ଜାଣିନି ମାୟା ଜୀବନେ ଯାହା

  ସଞ୍ଚି ମୁଁ ନାହିଁ ଧନ 

ଧନ ସିନ୍ଦୁକ କଳାମାଣିକ

  ସିଏ ମୋ ପ୍ରାଣ ଧନ।


ମୋ ଭଙ୍ଗା ଡଙ୍ଗା ଭବ ସାଗରେ

  ଚାଲିଛି ହଲି‌ ହଲି 

ନାହିଁ ମୋ ଡର କଳା ଠାକୁର

  ମଙ୍ଗ ଧରିଛି ବୋଲି।


ବୃଦ୍ଧ ବି ହେଲି ଯିବି ମୁଁ ଚାଲି

  ନିଶ୍ଚେ ମଶାଣୀ ଭୂଇଁ 

ରାମନାମକୁ ଗଣ୍ଠି କରିଛି

  କେବେ ଛାଡ଼ିବି ନାହିଁ।



Rate this content
Log in

Similar oriya poem from Tragedy