STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଭଲପାଇବା

ଭଲପାଇବା

1 min
213

ସେ ପଶୁ ହେଉ କି ଅବା

ହେଉ ମଣିଷ

ସ୍ନେହରେ ଡାକିଲେ ଦିଶେ

ମୁହଁରେ ହସ


ମିଠା କଥା ସମସ୍ତଙ୍କୁ

ମନକୁ କିଣେ

ଦରଦୀଆ କଥା ପୁଣି

ହୃଦୟ ଜିଣେ


ଭଲ ପାଇବା ସଭିଙ୍କୁ

ଆଦର କରି

ପର ସେବା କରି ଦିନେ

ଯିବା ତ ମରି


ଏ ଜୀବନ ଆଜି ଅଛି

କାଲିକି ନାହିଁ

ଧନ ପଇସା ସଞ୍ଚିଣ

କିସ କରିବି


ଆସିଥିଲି ଏକା ହୋଇ

ଯିବି ତ ଏକା

ଅଦିନେ ବୁଡ଼ିବ ମୋର

ଜୀବନ ଡ଼ଙ୍ଗା


ଯେତେଦିନ ବଞ୍ଚିଥିବି

ଧରାଧାମରେ

ସତ୍ୟ ପଥେ ବାଟ ଚାଲି

ଚଳୁଥିବିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract