STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଭଲ ସାଥୀ ଟିଏ

ଭଲ ସାଥୀ ଟିଏ

1 min
319

ବହିଟିଏ ମୁଁ ବହିଟିଏ

ଅଜଣା କଥାକୁ କହିଦିଏ

ଜଗତେ ମୋପରି ସାଥୀ କାହିଁ

ସାହାଯ୍ୟ କରେ ସେ ପାଶେ ରହି

ଅମଡ଼ା ବାଟର ବନ୍ଧୁଟିଏ

ବହିଟିଏ ମୁଁ ବହିଟିଏ

ପ୍ରବନ୍ଧ କବିତା ଗପ ଗୀତ

କବି ଲେଖନୀରୁ ଯେତେ ଜାତ

କଳେବର ମୋର ତାକୁ ଧରି

ଅଜ୍ଞାନୀ ମୋ ପାଶେ ଯାଏ ହାରି

ବିଶ୍ବ ହିତେ ସଦା ରହିଥାଏ

ବହିଟିଏ ମୁଁ ବହିଟିଏ

ପୂର୍ବପୁରୁଷଙ୍କ ଇତିହାସ

ତ୍ୟାଗ ବଳିଦାନ ମାନ ଯଶ

ଜୀବନ ଯୁଦ୍ଧର ଯେତେ କଳା

ପିନ୍ଧି ଅଛି କରି ତାକୁ ମାଳା

ପଥିକ ପାଇଁ ମୁଁ ପଥଟିଏ

ବହିଟିଏ ମୁଁ ବହିଟିଏ

ନବ ରସ ନବ ତତ୍ତ୍ଵ ଭରା

ଜ୍ଞାନ ବିଜ୍ଞାନରେ ହସେ ଧରା

ସର୍ବରୋଗ ପଥି ଜାଣେ ମୁହିଁ

ସମସ୍ତ ଉତ୍ତର ଦିଏ କହି

ପଣ୍ଡିତ ପାଶରେ ସଦା ଥାଏ

ବହିଟିଏ ମୁଁ ବହିଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract