STORYMIRROR

Lakshapati Podh

Romance

3  

Lakshapati Podh

Romance

ଭଲ ପାଏ ମୁଁ ତୁମକୁ

ଭଲ ପାଏ ମୁଁ ତୁମକୁ

1 min
252

ଭାବୁଥିଲି ଦିନେ ମୁଁ ଯେ,

କାହାକୁ ଭଲ ପାଇବିନି।

ତୁମକୁ ଦେଖିବା ପରେ,

ଆଉ ରହି ପାରୁନାହିଁ।

ଯେବେଠୁ ଦେଖିଛି ,

ତୁମର ସୁନ୍ଦର ରୂପକୁ।

ଭାବୁଛି ବସି ମୁଁ,

ଏକଥା କହିବି କାହାକୁ।

ମନେ ମନେ ତୁମକୁ ଯେ ,

ଭଲ ପାଇ ମୁଁ ବସିଲି।

ହେଲେ ମୋର ମନ କଥା ,

ତୁମକୁ କହି ନ ପାରିଲି।

ତୁମ ସରଳତା ପଣ,

ମୋର ମନ ହାରିନେଲା।

ହୃଦୟ ମୋହର,

ତୁମଠାରେ ଚୋରି ହେଲା।

ଡର ଲାଗେ କହିବାକୁ,

ମନର ମୋ କଥା।

ବୁଝିବାକୁ ଥରେ ଚେଷ୍ଟା କର,

ମନର ମୋ ବ୍ୟଥା।

କେମିତି କହିବି ତୁମକୁ ମୁଁ,

ଭାବି ମୁଁ ପାରୁନି ।

ନ କହିବି କଥାଟା ତୁମକୁ,

ରହି ମୁଁ ପାରୁନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance