STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଭଲ ମଣିଷଟେ ହେବି

ଭଲ ମଣିଷଟେ ହେବି

1 min
281


ଖୁ ଗୋଟେ ବିକଳ ପଣ

ମୋତେ ନିତି ଗ୍ରାସନ୍ତି

ଭଲ ହେବା ପାଇଁ ସର୍ବେ

ଉପଦେଶ ଦିଅନ୍ତି।


ଆଚରଣ ଓ ଉଚ୍ଚାରଣରେ

ସମାନତା ରଖିବି

ଗର୍ଵ, ହିଂସା ଅହଂକାର ମନୁ

ସଦା ତେଜୁଥିବି।


ଭିତର ବାହାର ମୋର

ହେଉ ଏକ କଥା

ବିଷ କୁମ୍ଭ ପୟୋ ମୁଖ 

ନକର ବିଧାତା।


ଅନ୍ୟ ଦୁଃଖ ଦେଖି ସଦା 

କାନ୍ଦୁ ମୋ ଅନ୍ତର

ସେବା ଧର୍ମ କର୍ମ ହେଉ

ଧେୟ ଜୀବନେ ମୋର।


କର୍ତ୍ତବ୍ୟଟି ଭଗବାନ ଏହା

ଥାଉ ମୋର ମନେ

ଦାୟିତ୍ୱଟି ଆଗ ସବୁ ପଛ

ଭାବୁ ଏଇ ପ୍ରାଣେ।


ବାପା ମା ଭଗବାନ ବୋଲି

ମୋର ଏ ଚେତନା

ପରୋପକାରୀ ହେଉ ମୋର

ମନ ,କର୍ମ,ଭାବନା।


କାହାରି ଅନିଷ୍ଟଚିନ୍ତା ଏଇ

ମନେ କେବେହେଳେ

ନିନ୍ଦା କୁତ୍ସା ପରଶ୍ରୀ କାତରଠୁ

ରହିବି ନିଶ୍ଚେ ଦୁରେ।


କେତେ ପୁଣ୍ୟ ବଳେ ଏଇ

ସୁନ୍ଦର ଜୀବନ ପାଇଛି

ଜଗତ ହିତ ସାଧନେ ରଖ

ଏତିକି ପ୍ରଭୁ ମାଗୁଛି।


ସତ୍ୟ,ଧର୍ମ,କ୍ଷମା,ଦୟା ଗୁଣ

ଭରି ଏ ଅନ୍ତରେ

ପଶୁପ୍ରବୃତ୍ତି ହରି ଭଲମଣିଷଟେ

କର ଏ ସଂସାରେ।


ବିପଦ ଆପଦେ କା'ରେ

ହୋଇବି ପାଶେ ଠିଆ

ଏତିକି ଆଶିଷ ମଥା ପରେ

ଢାଳ ହେ କାଳିଆ।


ହୃଦୟର ମଣିଷ ଟିଏ ହୋଇ

ଆନ ଦୁଃଖେ ଦୁଃଖୀ କର

ବେଶୀ ନ ଦିଅ ପଛେ କିଛି ଦେଇ

ଭଲ ମଣିଷଟିଏ କର ହେ ଠାକୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational