STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ଭକ୍ତି ନୈବେଦ୍ୟ

ଭକ୍ତି ନୈବେଦ୍ୟ

1 min
269


ଆରାଧ୍ୟ ତୁମେ ପ୍ରଭୁ ଚରଣ ରେ କରେ ଆରାଧନା

ପରାଣ ଉତ୍ସର୍ଗ କରିଛି ତେଜିବାକୁ ସବୁ କାମନା

ନିତି ଖୋଜେ ତବ ସ୍ପର୍ଶ ପ୍ରକୃତି ର ପ୍ରତି ଅଣୁରେ

ଚତୁର୍ଦ୍ଦିଗ ଆଭା ଶୋହେ ତରୁ ହେଉ କି ତୃଣରେ !!


ସୃଷ୍ଟି ପ୍ରାରମ୍ଭରୁ ଉଦ୍ଭାସିତ ପ୍ରତି ପ୍ରାଣେ ତବ କରୁଣା

ଶିଶୁ ଠାରୁ ଶୈଳ ଯାଏ ଲଭିଛନ୍ତି ଈଶ ପ୍ରେରଣା

ନିଃସ୍ୱ ମୁହିଁ କି ବର୍ଣ୍ଣିବି ଆଶା ନିରାଶାର କାହାଣୀ

ତରି ଯିବି ଭବ ସାଗରୁ ସଦା ହୋଇ ଚିର ଋଣୀ !!


ପ୍ରଭୁ ହେ ତୁମ କୃପା ବାରି ଯାଉ ମୋ ଉପରେ ଝରି

ସବୁ ପଛେ ବିସ୍ମରିବି ହେଉଥିବି ତୁମ କରୁଣା ଝୁରି

ଏ ଜୀବନ ପ୍ରତି କ୍ଷଣ ଈଶ୍ୱର ହେ ତୁମ ଅବଦାନ

ସେବା ବ୍ରତୀ ଶାନ୍ତି ମୁକ୍ତି ଲଭି ହେଉ ଏହାର ସମାପନ !!


ନସ୍ୱର ମୁଁ ହେ ଈଶ୍ଵର ମୋର ସର୍ବ ଦୋଷ କ୍ଷମା କର

ଶ୍ରେଷ୍ଠ ସ୍ରଷ୍ଟା ହେ ତୁମ ସୃଷ୍ଟିରେ ମୁଁ ତୁଚ୍ଛ ଅକିଞ୍ଚନ ନର !!



Rate this content
Log in

Similar oriya poem from Inspirational