STORYMIRROR

Sanuja Meghamala

Classics

3  

Sanuja Meghamala

Classics

ଭକ୍ତି ନୈବେଦ୍ୟ

ଭକ୍ତି ନୈବେଦ୍ୟ

1 min
333

ଦୀପଟିଏ ମୋତେ କର ମହାପ୍ରଭୁ

 ତୁମ ପାଦେ ଜଳୁଥିବି

 ତୁମରି ଆଶିଷେ ଆଲୋକ ବିତରି  

ଜଳି ଜଳି ଲିଭି ଯିବି।


 ଚକା ନୟନକୁ ବସି ଦେଖୁଥିବି

 ଆଖିରେ ମିଶାଇ ଆଖି

 ନାଲି ଅଧରରୁ ଝରିଲେ ମୁକୁତା

ଆଞ୍ଜୁଳାରେ ନେବି ଟେକି।


ନାକେ ନାକଚଣା କପାଳରେ ଚିତା

ଶିରରେ ମୟୁର ଚୂଳ

 ହୀରା ନୀଳ ମୋତି ରତ୍ନ ଆଭୂଷଣେ

ଦେହ ତୁମ ଝଲମଲ ।


ଚୁଆ ଚନ୍ଦନର ମହ ମହ ବାସେ

ମହକୁ ଥିବ ମନ୍ଦିର

ଅଭୟ ହାତରେ ଶଙ୍ଖ ଚକ୍ର ଦେଖି

 ପାତକ ହୋଇବ ଦୂର ।


ତୁଳସୀ ଦୟଣା ମଲ୍ଲୀ ମାଳତୀ ରେ

 ରୂପ ତୁମ ହସୁଥିବ

ସେହି ରୂପକାନ୍ତି ଦେଖି ଏ ନୟନ

ଧନ୍ୟ ଧନ୍ୟ ହୋଇଯିବ।


ଆୟୁଷ ର ରେଖା ମୋର ଭାଗ୍ୟ ଫଳ

 ଅଟଇ ଯେ ତୁମ ଦାନ

କରମ କଷଣ  ସବୁ ହେବ ଶେଷ

ତୁମ ପାଦେ ହୋଇ ଲୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics