STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଭକ୍ତି ଭାବ

ଭକ୍ତି ଭାବ

1 min
126


ପିତା ମାତାଙ୍କ ପ୍ରତି ଭକ୍ତି ଭାବ

ଥଳ କୂଳରେ ଲଗାଏ ନାବ

ଶାଶୁ ଶଶୁରଙ୍କ ପ୍ରତି ଭକ୍ତି ଭାବ

ଶକତି ପ୍ରୀତି ମୈତ୍ରୀ ପରାଭାବ

ଭାଇ ଭାଉଜଙ୍କ ପ୍ରତି ଭକ୍ତି ଭାବ

ପିତୃତୁଲ୍ୟ ଶ୍ରଦ୍ଧା ସଦ୍ଭାବ 

ମାମୁଁ ମାଇଁ ଅଜା ଆଈ ଜେଜେ

ଜେଜେମା ପିଇସୀ ମାଉସୀ ଖୁଡି

ତାଙ୍କ ଚରଣରେ ଭକ୍ତି ଭାବ

ପରବ ପୁନେଇଁ କ୍ଷୀରି ଖେଚେଡ଼ି ସ୍ୱାଦ

ସ୍ୱାମୀ ପଦେ ଭକ୍ତି ଲୟ ରଖି ସତୀ

ପାର ହୁଏ ଭାବରେ ଭବ ସମୁଦ୍ର

ସତୀ ସୀତା ଦ୍ରୌପଦୀ ଅହଲ୍ୟା

ଗାନ୍ଧାରୀ ମନ୍ଦୋଦରୀ ଆର୍ଯ୍ୟା ଭଦ୍ର

ଭକ୍ତି ଭାବ ଥିଲେ ପ୍ରଭୁଙ୍କ ଚରଣେ

ଦୁଃଖ ଯାଏ ଅପସରି

ଜଗନ୍ନାଥ କଳାଶ୍ରୀମୁଖ ଦିଅନ୍ତି

କୈବଲ୍ୟ ପସରା ଭରି

ଶିବ ପଦେ ଭକ୍ତି ଭରି ଭକ୍ତ ନିତି

ପାଉଥାଏ କେତେ ଶାନ୍ତି

ବୀରହନୁମାନ ପଦ ସେବି ରାମ ଜପି

ସିନ୍ଦୁରେ ସୁନ୍ଦରୀ ଶ୍ରୀମନ୍ତୀ

ନବମହାଗ୍ରହ ପଦେ ରଖି ଭକତି

ରିଷ୍ଟ ଖଣ୍ଡନ କରନ୍ତି ଇଷ୍ଟ

ମାଆ ପଦ୍ମଳୟା ଅତି ଦୟାବତୀ

ଧନ ଧାନ୍ୟେ କରନ୍ତି ତୁଷ୍ଟ

ମାଆ ସରସ୍ବତୀ କାଳୀ ବିରଜା ଦୁର୍ଗା

ମାତା ପଦ ଭକ୍ତି ଭାରେ

ପଡ଼େନା ବିପଦ ଐଶ୍ଵର୍ଯ୍ୟ ସମ୍ପଦ

ଭରି ଭାରି ହୁଏ ଭାଗ୍ୟରେ

ଭକ୍ତି ଚେତନା ଭକ୍ତି ଉପାସନା ଆଣିଦିଏ

ଯେଉଁ ପ୍ରାପ୍ତି ଓ ତୃପ୍ତି

ଜୀବନରେ ଶାନ୍ତି ଗଲାବେଳେ ମୁକ୍ତି

ଲଭନ୍ତି ବୈକୁଣ୍ଠ ଗତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics