STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ଭକତି ଅର୍ଘ୍ଯ

ଭକତି ଅର୍ଘ୍ଯ

1 min
309


ବଜାରେ ବଜା ବାଇଦ ବଜା

ଚାରିଦିଗ ଆଜି ସଜାରେ ସଜା ଆସିଛି ଆଜି ଗଣେଶପୂଜା

ଧୂପ ,ଦୀପ,ଓ ନଡିଆ ସଜା

ବକ୍ରତୁଣ୍ଡ ବିଘ୍ନରାଜଙ୍କ ପୂଜା

ଗୀରିଜାନନ୍ଦନ ହେ ବୁଦ୍ଧି ଦାତା

ବିଦ୍ଯାଦାତା ତୂମେ ସିଦ୍ଧିଦାତା 

ଲମ୍ବୋଦର ଘେନ ଅଗ୍ରପୂଜା।

ଗଜାନନ ଗଣପତି ବପ୍ ପା

ମଥାରେ ତୁମ ସିନ୍ଦୂର ଶୋଭା

 ବିଦ୍ଯାର୍ଥୀ ର ତୁମେ ଶୁଭ ଆଶା

ଶିଶୁ ଓଠର ଦରୋଟି ଭାଷା

ମୂଷିକ ବାହନେ ହୁଅ ହେ ଉଭା

ଢାଳି ଦିଅ ତୁମ ଆଶିଷ ବର୍ଷା 

ଜ୍ଞାନାଲୋକେ ପ୍ରକାଶୁ ତୁମ ଆଭା

ହଟୁ ସଂସାରୁ ଅଜ୍ଞାନ ତମସା 

ଭକ୍ତି ଅର୍ଘ୍ଯଘେନ ହେ ଜ୍ଞାନଦାତା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children