STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

😊😊ଭକ୍ତ ସୁଦାମା😊😊

😊😊ଭକ୍ତ ସୁଦାମା😊😊

1 min
253


ଗରିବ ବ୍ରାହ୍ମଣ ସୁଦାମାଟି ଜାଣ

ନାମ ରଖିଗଲା ଭବେ

ବାଲ୍ୟ ମିତ୍ର ତାଙ୍କ ଶ୍ରୀକୃଷ୍ଣ ଯାହାର

ଗରିବ ରହିଲା ଭବେ।୧।  

ପୁତ୍ର ସ୍ତ୍ରୀ ସମେତ ଅତ୍ୟନ୍ତ କଷ୍ଟରେ

କାଳ କାଟୁଥାନ୍ତି ନିତି

ଭିକ୍ଷା ମାଗି ବୀପ୍ର ଭରଣ ପୋଷଣ

କରୁଥାଏ ନିତି ନିତି।୨।

ନମିଳିଲେ ଭିକ୍ଷା କୄଷ୍ଣ ଭଜି ଭଜି

କଷ୍ଟରେ ରହନ୍ତି ନିତ୍ୟେ

ଅତିଥି ଆସିଲେ ନିଜ ଭଜନକୁ

ଦେଉଥାନ୍ତି ଭକ୍ତି ଚିତେ।୩।

ଯାହାର ମିତ୍ରଟି ଜଗତ ଠାକୁର

ପୂର୍ବ କର୍ମେ କଷ୍ଟ ଭଗେ

ଧାତା ଲେଖିଅଛି କର୍ମର ଫଳଟି

ମନୁଷ୍ୟ ନିଶ୍ଚୟ ଭଗେ।୪।

କଷ୍ଟ ପାଇ ମଧ୍ୟ ଧର୍ମକୁ ନ ଛାଡେ

ନିସ୍ବାର୍ଥେ ଭକ୍ତିଟି କରେ

ଅହରହ କୄଷ୍ଣ ଭଜି ଭଜି ନିତ୍ୟେ

ସମୟ ବ୍ୟତୀତ କରେ।୫।

ସ୍ତ୍ରୀଙ୍କର କଥାରେ ଦୁଖୀତ ମନରେ

ମିତ୍ର ନିକଟକୁ ଗଲେ

କି କହିବି ବଲି ଅତ୍ୟନ୍ତ ଦୁଖରେ

କୄଷ୍ନ କୄଷ୍ନ ଜପୂ ଥିଲେ।୬।

ଜଗତ ଠାକୁର ସବୁ ଜାଣି ମଧ୍ୟ

ଆଦରେ ଚାପି ଧରିଲେ

ଗୋଡ ଧୋଇ ତାଙ୍କ ଅତିଟି ଆଦରେ

ରତ୍ନସିଂହାସନେ ନେଲେ।୭।

ଦେଖ ଭକ୍ତଗଣେ ପବିତ୍ର ମିତ୍ରତା

ପ୍ରଭୁ ଭକ୍ତଙ୍କର ମଧ୍ୟେ

ଜଗତେ ରହିଲା ମିତ୍ରତା ମହତ୍ତ୍ବ

ଶ୍ରୀକୃଷ୍ନ ସୁଦାମା ମଧ୍ୟେ।୮।

ଯୁଗେ ଯୁଗେ ଏହା ନାମଟି ରହିଲା

ଧନ ସମ୍ପନ କଲେ ମିତ୍ରେ

ଅନ୍ତକାଳେ ବିପ୍ର ଶ୍ରୀଚରଣ ପାଇଲା

ଆଶୀର୍ବାଦ କଲେ ମିତ୍ରେ।୯।

ଗରିବ ବ୍ରାହ୍ମଣ ସୁଦାମାଟି ଜାଣ

ନାମ ରଖି ଗଲା ଭବେ

ବାଲ୍ୟ ମିତ୍ର ତାଙ୍କ ଶ୍ରୀକୃଷ୍ନ ଯାହାର

ଗରିବ ରହିଲା ଭବେ।୧୦।




Rate this content
Log in

Similar oriya poem from Tragedy