STORYMIRROR

Kalandi pal

Tragedy

4  

Kalandi pal

Tragedy

ଭକ୍ତ ଓ ଭଗବାନ

ଭକ୍ତ ଓ ଭଗବାନ

1 min
571


ପତିତ ପାଇଁକି ପତିତପାବନ

    ଭକତ ପାଇଁ ହୃଦୟ

ଭକତର ପଛେ ଧାଅଁ ସଦା ପ୍ରଭୁ

     ବତ୍ସା ଯେହ୍ନେ ଧେନୁକାୟ

ପ୍ରଭୁ, ଭକ୍ତକୁ ଦିଅ ଅଭୟ l0l


ରତ୍ନ ସିଂହାସନ ତୁଚ୍ଛ କରିଦିଅ

    ଭକତର ମାନ ପାଇଁ

ଭକ୍ତର ଆକୁଳ ବିକଳ ପ୍ରାର୍ଥନା

    ଜମା ସହି ପାର ନାହିଁ

ଶ୍ରଦ୍ଧାରେ ଭକତ ଯାହା ଯାଚି ଦିଏ

    ଘେନ ତ ଅମୃତ ପ୍ରାୟ l1l


ଭକତ ଆଖିର ଟୋପାଏ ଲୁହରେ

    ଭିଜିଯାଅ ଅବହେଳେ

ଭକତର ଦୁଃଖେ ସମ ଦୁଃଖୀ ହୋଇ

    ସାହା ହୁଅ ଅନ୍ତରାଳେ

ଜଗତରେ ତୁମେ ଶ୍ରେଷ୍ଠ ଶକ୍ତି ବହ

    ଭକତ ପାଇଁ ସଦୟ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy