STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଭକ୍ତ ବଳରାମ ଦାସ

ଭକ୍ତ ବଳରାମ ଦାସ

2 mins
90


ରଥରେ ପ୍ରଭୁଙ୍କ ଦର୍ଶନ ସୁଯୋଗ

ଯେବେ ହେଲା ପରାହତ

ବାଲୁକା ଶଯ୍ୟାରେ ବାଲିରେ ତିଆରି

ପୂଜା କଲା ଏକ ଭକ୍ତ

କ୍ରମେ ଜଣାଗଲା ପ୍ରଭୁ ବିରାଜିତ

ବଳରାମ ଦାସ ରଥେ

ସସମ୍ମାନେ ସର୍ବେ ପାଛୋଟି ଆଣିଲେ

ବଡ ଦାଣ୍ଡ ରଥ ପଥେ

ଯୁଗ ଯୁଗ ଧରି ସେହି ଭାବ କଥା

ଭକ୍ତି ବଳେ ଭଗବାନ

ଭକ୍ତର ଭାବରେ ବନ୍ଧା ସବୁବେଳେ

ଭକ୍ତ ହୃଦେ ଅଧିଷ୍ଠାନ

ଭକ୍ତ ମଧ୍ୟେ ଗଣା ବଳରାମ ଦାସ

ହୃଦେ ଥାଇ ଭାବ ଭକ୍ତି 

ଲକ୍ଷ୍ମୀ ପୁରାଣ ଠୁ ଦାଣ୍ଡି ରାମାୟଣ

ପ୍ରଣେତା ଆକାରେ ଖ୍ୟାତି

'ବିରାଟ ଗୀତା ' ରେ ବୁଝାଇ ଲେଖିଲେ

ଜୀବନଧାରଣ ମାନ 

ସମାଜ ସଂସ୍କାର ପାଇଁ ଶିକ୍ଷା ଅର୍ଥେ

ଗୀତା ସଦୃଶ ବର୍ଣ୍ଣନ

' ଲକ୍ଷ୍ମୀ ପୁରାଣ ' ରେ ଜାତି ପ୍ରଥା ସହ

ନାରୀ ଶକ୍ତିର ମହତ୍ତ୍ଵ

ନାରୀ ନିର୍ଯ୍ୟାତନାର କୁପରିଣାମ

ସହଜେ ପ୍ରତିପାଦିତ

'ବ୍ରହ୍ମାଣ୍ଡ ଭୁଗୋଳ ' ମାଧ୍ୟମରେ ବ୍ୟାଖ୍ୟା

ବ୍ରହ୍ମ ଏକାକ୍ଷର ମନ୍ତ୍ର

'ଭାବ ସମୁଦ୍ର ' ରେ ପ୍ରଭୁ କୃପା ଅର୍ଥେ

' ଭାବ ' ହୋଇଛି ଚିତ୍ରିତ

ଭକ୍ତ ବଳରାମ ଦାସଙ୍କ ନାମରେ

ଏକ ଶହ ଆଠ କୃତି

'ଦାଣ୍ଡି ରାମାୟଣ 'ଓ 'ଲକ୍ଷ୍ମୀ ପୁରାଣ '

ଓଡ଼ିଆ ଘରେ ସ୍ଵୀକୃତି


ପଞ୍ଚ ସଖା ମଧ୍ୟେ ବଳରାମ ଦାସ 

ଅନନ୍ୟ ପ୍ରତିଭା-ଧାରୀ 

କୃଷ୍ଣ ଭକ୍ତି ସହ ଜଗନ୍ନାଥ ପ୍ରତି

ଭକ୍ତି ଥିଲା ସର୍ବୋପରି

ଇତିହାସ କହେ ରାଜ କାର୍ଯ୍ୟ ସହ

ସମ୍ପୁର୍ଣ୍ଣ ଥିଲେ ଜଡ଼ିତ

ଶ୍ରୀଚୈତନ୍ୟଙ୍କ ସହ ସମ୍ପର୍କ ପରେ

ଧର୍ମ ପ୍ରତି ଅନୁରୁକ୍ତ 

ମହାପ୍ରଭୁ ଜଗନ୍ନାଥ ପ୍ରତି ପ୍ରେମ

ଭାବ ରଖି ହେଲେ ମତ୍ତ

ଜଗନ୍ନାଥ ସହ ଭଳି

କୃଷ୍ଣ ଭାବ ଥାଇ ହୃଦେ ଭକ୍ତି ଭାବ 

ପ୍ରଭୁ ଜଗନ୍ନାଥ ପ୍ରତି

ମତ୍ତ ବଳରାମ ଦାସ ଭକ୍ତ ଭାବେ

ଆଖ୍ୟା ପାଇଲେ ସମ୍ପ୍ରତି


ପୁରାଣ ପୃଷ୍ଠାରେ ବିଭୀଷଣ କଥା

ପରମ ଭକ୍ତ ଭାବରେ 

ପ୍ରତିଦିନ ଆସି ପ୍ରଭୁଙ୍କ ଦର୍ଶନ

କରିଥାନ୍ତି ଶ୍ରୀମନ୍ଦିରେ

ନିଜ ଦ୍ଵାର ପାଖେ ପ୍ରଭୁଙ୍କ ଦର୍ଶନ

ଆଶା କଲା ବିଭୀଷଣ

ଭକ୍ତ ମନ କଥା ଜାଣି ଭକ୍ତ ଦ୍ୱାରେ

ପ୍ରଭୁ କଲେ ଆୟୋଜନ

ସ୍ୱପ୍ନାଦେଶ ଦ୍ଵାରା ବଳରାମ ଦାସ

ହେଲେ ନିଜେ ଅବଗତ

ପ୍ରଭୁଙ୍କ ସହିତ ବିଭୀଷଣ ଦ୍ୱାରେ

କ୍ରମେ ହେଲେ ଉପନୀତ

ପାଣି ଭର୍ତ୍ତି ସୁନା ଗଡୁ ଧରି ଦାସେ 

ପ୍ରଭୁ ପଛେ ପଛେ ଗଲେ 

ବିନମ୍ରତା ସହ ସ୍ବାଗତ ଜଣାଇ

ବିଭୀଷଣ ଧନ୍ୟ ହେଲେ

କଳା ରଙ୍ଗ ମଲ୍ଲି ଫୁଲ ମାଳ ଦ୍ଵାରା

ପ୍ରଭୁଙ୍କ ଗଳାରେ କଳା ମଲ୍ଲି ମାଳ

ପିନ୍ଧାଇଲେ ବିଭୀଷଣ

ମହାପ୍ରଭୁ ଆଉ ବଳରାମ ଦାସ

କ୍ରମେ ଫେରିଲେ ବହନ

ସୁନା ଗଡୁ ନାହିଁ ଜାଣିଲେ ସେବକ

ବଳରାମ ଦାସ ପୁଣି

ଦାସେ ପହଞ୍ଚିଲେ ଧରି ସୁନା ଗଡୁ 

ଦୋଷୀ ଆଖ୍ୟା ସେହି କ୍ଷଣି

କ୍ରମେ ରାଜା ନିଜେ ଅବଗତ ହେଲେ

ଦେଖି କଳା ମଲ୍ଲି ମାଳ

ଘଟଣା କ୍ରମରେ ଯାହା ଘଟିଥିଲା

ଭକ୍ତ ପାଇଁ ଥିଲା ଖେଳ


ଅନେକ ଘଟଣା ଧାରେ ଅପମାନ

ଭକ୍ତ ବଳରାମ ପ୍ରତି

ତଥାପି ନିଜର ଭକ୍ତି ବିଶ୍ୱାସରେ

ସମର୍ପିତ ପ୍ରଭୁ ପ୍ରତି

ପ୍ରଭୁଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ

ପରମ ଭକ୍ତ ଭାବରେ

ଭକ୍ତ ବଳରାମ ଦାସଙ୍କର କୃତି

ସଦା ଜନ ମାନସରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract