STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଭଜି ଭଜି ତୋର ନାମ

ଭଜି ଭଜି ତୋର ନାମ

1 min
161

ଭଜି ଭଜି ତୋର ନାମ

         କି ଲାଭ ପାଇଲି ଶ୍ୟାମ

ଦୁଃଖ ଦରିଆରେ ଭାସେ

         ବୁଦ୍ଧି ମୋର ହୁଏ ବାମ।


ନୀଳାଚଳେ ବସିଅଛୁ

         କେତେ ଲୀଳା ଭିଆଉଛୁ

ଦୁଃଖି ଜନେ ଆଶା ଦେଇ

          ବଡ଼ ଦାଣ୍ଡେ ଭଣ୍ଡାଉଛୁ

ଚକାଚକା ନୟନରେ

          ଦେଖିଯା ତୁ ଆସି ଥରେ

ଭକତ ଜନ ତୋ ଲଭେ

          ଜୀବନେ, କାହିଁ କଷଣ।


କିଏ କହେ ନାହିଁ ପାଦ

          ଚତୁର୍ଦ୍ଧାମେ ଆତଯାତ

ହସ୍ତ ନାହିଁ କହୁ ପୁଣି

           ରାକ୍ଷସ କରିଛୁ ବଧ

ରଙ୍ଗ ଅଧରରେ ହସ

          ଅଟେକି ଛଳନା ଗାଁର

ଦୟା କର ଇଛାମୟ

           ତୋ ପାଦେ ଗଲି ଶରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract