Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahoo

Inspirational

3  

sasmita sahoo

Inspirational

ବହିଟିଏ ମୁଁ ବହିଟିଏ

ବହିଟିଏ ମୁଁ ବହିଟିଏ

1 min
250


ବହିଟିଏ ମୁଁ ବହିଟିଏ ..

ହାଲୁକା ହୁଏ କି ଭାରି ହୁଏ

ସବୁ ବିଷୟରେ ଜଣା ଥାଏ  ।

ବହିଟିଏ ମୁଁ ବହିଟିଏ ...

କଣ ହେଇଛି କଣ ହୁଏ

ସବୁ ହିସାବ ମୁଁ ରଖିଥାଏ  ।

ବହିଟିଏ ମୁଁ ବହିଟିଏ ...

ବିଦ୍ୟା ଓ ଜ୍ଞାନର ଖଣିଟିଏ

ମଣିଷକୁ ବଦଳାଇ ଦିଏ  ।

ବହିଟିଏ ମୁଁ ବହି ଟିଏ ...

କୃଷ୍ଣ କବିର ମହମ୍ମଦ ଯୀଶୁ

ସଭିଙ୍କର ବାଣୀ ଧରି ଥାଏ

ଯାହାକୁ ପଢିଲେ ଲାଭ ହୁଏ  ।

ବହିଟିଏ ମୁଁ ବହିଟିଏ ..

ସବୁ ପ୍ରଶ୍ନର ଉତ୍ତର ରଖେ ମୁଁ

ଲକ୍ଷ୍ୟସ୍ଥଳେ ପହଞ୍ଚାଇ ଦିଏ  ।

ବହିଟିଏ ମୁଁ ବହିଟିଏ ...

କ୍ଷତି କରେନା ମୁଁ କାହାର କେବେ ବି

ସାହାଯ୍ୟକାରୀ ମୁଁ ପୋଥି ଟିଏ  ।

ବହିଟିଏ ମୁଁ ବହିଟିଏ ...

ମନୋବଳ ସଭିଙ୍କର ମୁଁ ବଢାଏ

ଜ୍ଞାନ ବିଜ୍ଞାନର ସିନ୍ଧୁଟିଏ  ।

ବହିଟିଏ ମୁଁ ବହିଟିଏ...

ରାସ୍ତା ଦେଖାଏ ସମସ୍ତଙ୍କୁ ମୁହିଁ

ସଭିଙ୍କର ଭଲ ବନ୍ଧୁଟିଏ

ପ୍ରଭୁଙ୍କର ବରଦାନଟିଏ  ।

ବହିଟିଏ ମୁଁ ବହିଟିଏ...

(ସସ୍ମିତା ସାହୁ, ନାଶିକ)


Rate this content
Log in

Similar oriya poem from Inspirational