ଭିଟାମାଟି
ଭିଟାମାଟି
ଆଜି ବି ଛାଡି ଯିବାକୁ ହୁଏ
ନିଜ ପ୍ରିୟ ଭିଟାମାଟି କୁ ।
କିଛି କାମ ସନ୍ଧାନ ରେ
ନିଜ ପେଟ ଚାଖନ୍ଡେ ପାଇଁ
ନିଜ ଭିଟାମାଟି ଠାରୁ
ବହୁ ଦୂରକୁ ଯାଉଁ ଧାଇଁ।
ଛାଡିଯାଉ ଅତି ନିଜର
ଲୋକ ମାନଙ୍କୁ ଏ ଭିଟାମାଟି ରେ
ଯେତେ ଦୂରେ ଥିଲେ ବି
ଗୁଣ ଗାଉଥାଉ ତାରି ସ୍ମୃତିରେ ।
