Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଭିଟାମାଟି-ବର୍ଜ୍ୟ ବସ୍ତୁ

ଭିଟାମାଟି-ବର୍ଜ୍ୟ ବସ୍ତୁ

1 min
236



ନୁହେଁ କିଛି ବର୍ଜ୍ୟ କହିବି ମୁଁ ଆର୍ଯ୍ୟ

ହେଉ ବସ୍ତୁ ଅବା ଜୀବ

ଶ୍ରମ ସାଧନାରେ ସଂସ୍କାର ମାର୍ଜନା

ପ୍ରୟୋଗ ଉତ୍ତମ କାର୍ଯ୍ୟ ।


ପ୍ରାକୃତିକ ସ୍ଥିତି ଜୀବନ ପ୍ରକ୍ରିୟା

ସନ୍ତୁଳନ ମହାଯଜ୍ଞ

ସହ ଅବସ୍ଥାନେ ବିକଶେ ଜୀବନ

ଉନ୍ନତି ହୁଏ ସାଧନ ।


ଉପନୀତ ହେଲେ ବାର୍ଦ୍ଧକ୍ୟ ଅବସ୍ଥା

ହୁଏନି ମଣିଷ ବର୍ଜ୍ୟ

ଉପଯୁକ୍ତ ଯତ୍ନ ସେବା ଓ ଶୁଶ୍ରୁଷା

ଅବଶ୍ୟ ନେବା କର୍ତ୍ତବ୍ୟ ।


ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଓ ପଦାର୍ଥ

ହୋଇଲେ ଜର୍ଜର ଭଗ୍ନ

ଏଣେ ତେଣେ ତାକୁ ଫୋପାଡି ନଦେଇ

କରିବା ପୁନଃ ଚକ୍ରଣ ।


ରୋଧ କରିବାକୁ ଅଙ୍ଗାରକ ମାତ୍ରା

ବଢ଼ାଇବା ସବୁଜିମା

ପରିତ୍ୟକ୍ତ ଜଳ ନିଷ୍କାସନ ପାଇଁ

ନିବୁଜ ନାଳ ନର୍ଦ୍ଦମା ।


ବର୍ଜ୍ୟ ଆବର୍ଜନା ଉପଯୁକ୍ତ ଭାବେ

ହୋଇଲେ ସୁବିନିଯୋଗ

ବିପଦ ନ ହୋଇ ସମ୍ପଦ ଭାବରେ

ନିଶ୍ଚିତ ହୋଇବ ଗଣ୍ୟ ।


ବିଦ୍ୟା ବଳ ବୁଦ୍ଧି ପଦ କ୍ଷମତାର

ନ କରି ଦୂରୁପଯୋଗ

ସୃଷ୍ଟିର ମଙ୍ଗଳ ବିଧାନ ନିମନ୍ତେ

ବିଜ୍ଞ କର ସହଯୋଗ ।

 -----



Rate this content
Log in