ଭିନ୍ନକ୍ଷମ
ଭିନ୍ନକ୍ଷମ
ଭିନ୍ନକ୍ଷମ ବୋଲି ଜମା ଦୁଃଖ ନାହିଁ
ତୁମ ଏ ସୃଷ୍ଟିରେ ପ୍ରଭୁ
ସକ୍ଷମଙ୍କ ଭଳି ସଂଘର୍ଷ କରୁଛୁ
କୃପା କର ଆହେ ବିଭୁ ।
ଇତର ଦୃଷ୍ଟିରେ ସଭିଏଁ ଦେଖନ୍ତି
ଆମେ ଭିନ୍ନକ୍ଷମ ବୋଲି
ଭିନ୍ନ ସିନା ଅଙ୍ଗ କାମଟା ଅଭିନ୍ନ
ତୁଛାରେ ଘୃଣିତ ଖାଲି ।
ଦେଇ ପ୍ରୋତ୍ସାହନ କରିଲେ ଆଦର
ଲଙ୍ଘିବୁ ଦୁର୍ଗମ ପଥ
ଅଦ୍ୟମ ସାହସେ ଆଗକୁ ମାଡ଼ିବୁ
ଗଡ଼ାଇ ବିଜୟ ରଥ ।
ସଫଳ ହୋଇବୁ ସବୁଥିରେ ଆମେ
ଦେଖାଇ ପାରିଲା ପଣ
ନ' ମଣି ଅକ୍ଷମ ଆମେ ଭିନ୍ନକ୍ଷମ
ସୁଝିବୁ ଦେଶର ଋଣ ।
ଭିନ୍ନ ଇତିହାସ ଲେଖା ହେବ ଏବେ
ଆମରି ବିସ୍ମୟ କାମେ
ସବୁରେ ସକ୍ଷମ ଆମେ ଭିନ୍ନକ୍ଷମ
ବିକାଶ ବି ଆମ ନାମେ ।
