STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଭିନ୍ନ ରୂପ

ଭିନ୍ନ ରୂପ

1 min
305

କେବେ ସିଏ ମାଆ କେବେ ସିଏ ଜାୟା

କେବେ ଭଗ୍ନୀ, କନ୍ୟା ପୁଣି

କେବେ ବେଦମତୀ କେବେ ସେ କଲ୍ଯାଣୀ

କେବେ ଶକ୍ତି ସ୍ବରୁପିଣୀ।

ହୋଇ ସେ ଅନଳ ଦହେ ଏ ସଂସାର

ଅନ୍ଯାୟ ନପାରେ ସହି

ଦେଶପ୍ରେମ ଲାଗି ଜୀବନ ଦିଅଇ

ଆନ ଏକ ରୂପ ବହି।

ତା'ର ଦୟାବଳେ ଏହି ମହୀତଳେ

ବିରାଜେ ଶାନ୍ତିର ଚିହ୍ନ

ରାବଣ,ମହିଷା ଭୋଗ ଶନି ଦଶା

ଅମାରେ ଉଅଁଇ ଜହ୍ନ।

ରାଣୀ ଲକ୍ଷୀବାଇ ରୂପ ଧରି ସେହି

ଲଢିପାରେ ଦେଶ ପାଇଁ

କଳ୍ପନା ହୋଇ ସେ ଜହ୍ନର ରାଇଜେ

ଯାଇଛି ବିଦୂଷୀ ହୋଇ।

ଇନ୍ଦିରା ରୂପରେ ଦେଶ ସେବା କରେ

ହୃଦୟକୁ କରି ଟାଣ

ପରମାଣୁ ଶକ୍ତି ଅକ୍ଲେଶେ ଆହରି

ଅରି କରେ ବିଦାରଣ।

ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା

ଅଟେ ସିଏ ନାରାୟଣୀ

ଉଦରରେ ଧରେ ପାଳନ ବି କରେ

ହୁଏ ପୁଣି ସଂହାରିଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract