STORYMIRROR

Sunita Barik

Tragedy

3  

Sunita Barik

Tragedy

ଭିନ୍ନ ଏକ ପରିଚୟ

ଭିନ୍ନ ଏକ ପରିଚୟ

1 min
188

କାହା ପାଇଁ ଏ ଅଭିମାନ

ମାନ ଥିଲେ ସିନା

ଅଭିମାନର ଏ ଶୃଙ୍ଖଳ

ମାନ ଅଭିମାନକୁ ଜାବୁଡି

କେହି କ'ଣ ଆଗକୁ ବଢିପାରେ

କେବେଠୁ ମୁଁ ସେ ସବୁକୁ

ପଛରେ ପକେଇ

ଛାଡି ଆସିଛି ସେ

ଅରମା ଅ‌ରଣ୍ୟରେ

ଅଭିମାନ ବି କରିଥାନ୍ତି

କାହା ଉପରେ

ଯାହାର ହାତ ଧରି

ଚାଲି ଆସିଥିଲି ଏକ

ସୁନ୍ଦର ସ୍ଵପ୍ନର ମହଲ

ଗଢ଼ିବା ଆଶାରେ

ପଛରେ ଛାଡି ଆସିଥିଲି

ମୋ ବାପା ମାଆଙ୍କର

ସ୍ନେହ ସଵୁକୁ ନିମିଷକରେ

ପାଦରେ ଆଡେଇ ଦେଇ

ସେଇ ଲୁହର ଫଳ ସ୍ବରୂପ

ଆଜି ଭୋଗୁଛି ଏକ

ପ୍ରତାରିତା ପ୍ରେମିକା ସାଜି

ତୁମ ପ୍ରେମର ସନ୍ତକ

ସ୍ଵରୂପ ପାଇଛି ଏକ

ଅମୂଲ୍ୟ ମଣି

ସବୁ ମାନ ଅଭିମାନକୁ

ଆଡେଇ ଚାଲିଆସିଛି

ଭିନ୍ନ ଏକ ସହର

ଭିନ୍ନ ଏକ ନାମକୁ

ସାଙ୍ଗରେ ଧରି

ଯେଉଁଠି ତାକୁ ଭୋଗିବାକୁ

ପଡ଼ିବନି ଅଣବାପୁଆର ଅପବାଦ

କି ତାକୁ ସ୍ପର୍ଶ କରିବାକୁ ଦେବିନି

ମାନ ଅଭିମାନ ଭରା ଏକ

ନିରବ ବିଶୃଙ୍ଖଳିତ ଜୀବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy