STORYMIRROR

Tapan Kumar Biswal

Tragedy Fantasy Inspirational

4  

Tapan Kumar Biswal

Tragedy Fantasy Inspirational

ଭିନ୍ନ ଅନ୍ୟ ନାମ

ଭିନ୍ନ ଅନ୍ୟ ନାମ

1 min
23.3K

ବୁନ୍ଦାଏ ବୁନ୍ଦାଏ

ଜଳର ଆବଶ୍ୟକ

ଜୀବନ ଜୀଇଁବା ପାଇଁ

କମ ହେଲେ 

ଭିନ୍ନ ଏକ ପରିସ୍ଥିତିର

ଉପସ୍ଥିତି 

ଏହା ସଭିଙ୍କୁ ଜଣା ll


ଟୋପାଏ ଟୋପାଏ

ପାଣିର ମିଶ୍ରଣରେ 

ଚାଷ କାର୍ଯ୍ୟ ସମ୍ପାଦିତ ହୁଏ

ନିଅଣ୍ଟ ହେଲେ 

ମରୁଡିର ସ୍ମିତହାସ୍ୟ l


ଅଧିକ ଜଳ

ଛଡେଇ ନିଏ

ଜୀବନ ଜୀବିକା

ବନ୍ୟା ବାତ୍ୟା ଆଦି

ଅନେକ ଛଦ୍ମ ନାମରେ ll


ଦେଇଯାଏ ଅନେକ

ଶାରୀରିକ ଓ ମାନସିକ ଯନ୍ତ୍ରଣା

ଛଡାଇ ନିଏ

ବଞ୍ଚିବାର ରାହା ll


ବେଳେ ବେଳେ

ଏମାନଙ୍କ ସାଙ୍ଗ ସାଥି 

ପବନ ବିଜୁଳି ମଧ୍ୟ

ବୁଲିବା ପାଇଁ 

ଆସି ଯାଆନ୍ତି ଏମାନଙ୍କ ସହ

ଦେଇ ଯାନ୍ତି 

ବୁଝ ଉପରେ ନଳିତା ବିଡ଼ା ll


ପୁଷ୍କରିଣୀ ନଦୀ ନାଳ

ସାଗର ବା ମହାସାଗର

ରୂପେ ବିରାଜିତ ବିସ୍ତାରିତ

ଏ ମର୍ତ୍ତ୍ୟ ଭୂମଣ୍ଡଳେ ll


ସେଥିପାଇଁ ତ

ଜଳର ଅନ୍ୟ ନାମ ଜୀବନ

ଆବଶ୍ୟକ ଠାରୁ ଅଧିକ

କିମ୍ବା କମ 

ହୋଇପାରେ ବିଷମ ll



Rate this content
Log in

Similar oriya poem from Tragedy