STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ଭିକାରୀ

ଭିକାରୀ

1 min
14


ମହକା ଫୁଲର ହସରେ,

ଶିଶୁର ଦରୋଟି ଭାଷାରେ,

ନବ ପଲ୍ଲବର ସ୍ପର୍ଶରେ,

ପ୍ରିୟା ଓଷ୍ଠ ମଧୁ ନିଶାରେ

ଅମୃତ ଦେଲ ଯାହାକୁ,

ଢାଳି ଦେଇ ସିଏ ପୀୟୂଷ ପାତ୍ର ମାଗେ ବିଷକୁ।


ଝରଣାର କୁଳୁ କୁଳୁ ରେ

କୋଇଲିର କୁହୁ ତାନରେ,

ବରଷାର ରିମି ଝିମିରେ,

ପକ୍ଷୀର କାକଳି ଗୀତରେ

ସଙ୍ଗୀତ ବିଚିତ୍ର ବୀଣାକୁ,

ଧରାଇଲ ଯାହା ହାତରେ ଫିଙ୍ଗିଦେଲା ଶୂନ୍ୟକୁ।


ଆଉ କିବା ଦେଇ ଥାଆନ୍ତ,

ଆହେ ଜଗତର ସାଆନ୍ତ ,

ଭିକାରୀ ଅଭ୍ୟାସ ଯାହାର,

ଅନ୍ତହୀନ ଆଶା ଅପାର,

ହୀରା ମୋତି ଦେଲେ ତାହାକୁ,

କାଚ ବୋଲି ସିଏ ଫିଙ୍ଗିବ ତାକୁ ଖତଗଦାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational