STORYMIRROR

Sujata Dash

Tragedy

2  

Sujata Dash

Tragedy

ଭିକାରୀ

ଭିକାରୀ

1 min
428



ଟ୍ରାଫିକ ସିଗ୍ନାଲ ପାଖରେ ଭିକାରୀ ଟିଏ

ଡବା ଖଡ଼ ଖଡ଼ କରି

ନାନା ରକମର ଇଙ୍ଗିତ କରି

ହାତ ପତେଇ ଥାଏ କିଛି ପଇସା ପାଇଁ

ସିଗ୍ନାଲ ରେ ନାଲି ବତୀ ଜଳୁଛି

ନାଲିରୁ ହବ ହଳଦିଆ

ତାପରେ ସାଗୁଆ

ପୁଲିସିବାଲା ହାତ ହଲେଇଦେଲେ

ଗାଡିମାନେ ଆଗକୁ ଛୁଟି ଚାଲିବେ

ଗତି ହେଇଯିବ କ୍ଷିପ୍ରରୁ କ୍ଷୀପ୍ରତର

................................

ସିଏ ଆମରି ଗାଡିକୁ ଲାଗିକି ଠିଆ ହୋଇଛି

ଚଷମା କାଚ ଭିତରୁ ଅନେଇଲି

ଆହା! କେଡେ ନିରୀହ ହରିଣ ଆଖି ଯୋଡି଼ଏ

ବେସ ଆତ୍ମିୟତା ର ଚାହାଣି

ଗାଡି କାଚ ଖଡ଼ ଖଡ଼ କଲାଣି

ମୋ ବଡ ପର୍ସ ତା ନଜର ରେ ବୋଧେ ପଡିଯାଇଛି

କିଛି ପଇସା ଦେଲେ ତା ବାଟ ରେ ସିଏ ଚାଲିଯିବ

"ନେ ରେ ..."

ପାଞ୍ଚଟଙ୍କା ଟିଏ ଦେଲି

ହେଲେ ସିଏ ପୁଣି କଣ ଠିଆ ହେଇଚି?

ହେଇ ତ ! ସିଗ୍ନାଲ ସାଗୁଆ ଦିଶିଲାଣି

ଗାଡି ଛୁଟିଚାଲିଲା ଆଗକୁ

ବତୀ ଖୁଣ୍ଟ, ଟ୍ରାଫିକ ପୋଷ୍ଟ ଆଉ ସେଇ ଭିକାରୀ

ସବୁ ରହିଗଲେ ପଛରେ

ହଠାତ କେମିତି କେଜାଣି ଚାଉଁକିରି ଲାଗିଲା

ଟିକିଏ ଏପଟ ସେପଟ ହେଲି

ଆସ୍ତେ କି ପଛ କୁ ଅନେଇଲି

ଭିକାରିଟି ହାତ ହଲେଇ କିଛି କହିବାକୁ ଚାହୁଁଚି ଯେମିତି ..

କେଡେ ଲୋଭୀ ପ୍ରାଣୀଟିଏ ସତେ !

ଏଇନେ ତ ପଇସା ନେଇଛି

ପୁଣି କଣ ?

ଯେତେ ନେଲେ ସେତେ ଅଭାବ ଏମାନଙ୍କୁ

ହଟାତ ବ୍ରେକ ମାରି ଗାଡି ରୋକିଲା ଡ୍ରାଇଭର

"ମା ! ଡୋର ଠିକ ସେ ପଡିନି

ଦେଖୁନ ତୁମ ଶାଢ଼ୀକାନି ବାହାରକୁ ବାହାରିଛି

ଆଉ ଟିକକେ ପୁରା ଖୋଲିଯାଇଥାନ୍ତା

କଣ ହେଇଥାନ୍ତା ତୁମର ..

ବାବୁ ମତେ ଆଉ ରଖିଥାନ୍ତେ ତ ?"

ଅନୁଶୋଚନା ମନ କୁ ଖିନଭିନ କରି ପକେଇଲା

ତାହାଲେ କଣ ସେଇ ସରଳ ନିଷ୍ପାପ ପ୍ରାଣୀଟି

ଏଇଥିପାଇଁ ହାତ ହଲାଉଥିଲା??


સામગ્રીને રેટ આપો
લોગિન

Similar oriya poem from Tragedy