ଭିଜାମାଟି
ଭିଜାମାଟି
ମୁଁ ଭଲ ପାଏ ଭିଜା ମାଟିର ମହକକୁ
ମୁଁ ଭଲ ପାଏ ମହା ପୁରୁଷଙ୍କ ବଳିଦାନକୁ
ନିଜ ରକ୍ତ ଦେଇ ବୀର ଗଣ ମାଟିକୁ
ଭିଜାଇ ଦେଲେ
ଦେଶ ପାଇଁ ସଦା ସେ ସମର୍ପିତ ହୋଇ ରହିଲେ
କେତେ ରକ୍ତର ଧାର ଆମ ଦେଶେ ବହିଲା
ଆମ ଦେଶର ମାଟି ରକ୍ତର ଧାରରେ ଭିଜି ଗଲା
ଇଂରେଜମାନେ ଆଖି ବୁଜା ଗୁଳି ଚଳାଇଲେ
କେତେ ନିରୀହଙ୍କ ରକ୍ତରେ ଆମ ଦେଶର ମାଟିକୁ ଭିଜାଇଲେ
ଏବେ ବି ମାଟି କହୁଛି କେତେ ଅତ୍ୟାଚାର ସେ ଭାରତ ଭୂଇଁରେ ଦେଖିଛି
ମହାପୁରୁଷଙ୍କ ଲୁହ ଲହୁରେ ତାର ଦେହ କେତେ ଯେ ଭିଜିଛି
ମନେ ପଡିଯାଏ ବାଜି ରାଉତର ତ୍ୟାଗକୁ
ଶିଶୁଟିଏ ହୋଇ ଦେଶ ପାଇଁ ଜୀବନ ଦେଲା ଭିଜାଇ ଦେଲା ମାଟିକୁ
ଭଗତ ସି
ଂ ଆଜି ବି ଅମର ହୋଇ ରହିଛନ୍ତି
ଦେଶ ପାଇଁ ସହିଦ ହୋଇ ନିଜ ରକ୍ତରେ ମାଟିକୁ ଭିଜାଇ ଛନ୍ତି
ଲକ୍ଷଣ ନାୟକ ଏ ଦେଶ ପାଇଁ ନିଜ ଜୀବନ ବାଜି ଲଗାଇ ଦେଲେ
ଭାରତ ମାଟିକୁ ନିଜ ରକ୍ତରେ ଭିଜାଇ ଦେଶ ପାଇଁ ଲଢ଼ିଥିଲେ
ଅନ୍ୟାୟ ଅତ୍ୟାଚାର ପାଇଁ କେତେ
ମହାପୁରୁଷ ସ୍ୱର ଉଠାଇଥିଲେ
ଭାରତମାତାର ଯୋଗ୍ୟ ସନ୍ତାନ
ହୋଇ ନିଜ ରକ୍ତରେ ଏ ମାଟିକୁ
ଭିଜାଇ ଦେଲେ
ଆଜି ବି ଏ ମାଟି ରକ୍ତରେ ଭିଜୁଛି
କେତେ ନିର୍ଯ୍ୟାତନା ଦୁର୍ଘଟଣା
ପ୍ରତି ଦିନ ଘଟୁଛି
ନିଜ ଜନନୀ ଜନ୍ମଭୂମିର ସ୍ୱାଭିମାନକୁ ସଦା ରଖିଥିବା
ଅନ୍ୟାୟକୁ ପ୍ରତିବାଦ କରି ନିଜ
ରକ୍ତରେ ପୂଣ୍ୟ ମାଟିକୁ ଭିଜାଇ ଦେବା