STORYMIRROR

Minakshi Samal

Inspirational

3  

Minakshi Samal

Inspirational

ମାତୃଭାଷା

ମାତୃଭାଷା

1 min
439

ଜନନୀ ଜଠରୁ ଧରାର ବକ୍ଷରେ

ଜନମ ନେବାର ପରେ

ଶିଖିଥାଏ ଯେଉଁ ଭାଷାଟି ମାନବ

ମାତୃଭାଷା ନାମ ଧରେ।

ଆଚାର,ବିଚାର ଅବା ବ୍ୟବହାର

ସବୁକିଛିର ମାଧ୍ୟମ

ହୋଇ ରହିଥାଏ ମାତୃଭାଷା ଆମ

ତାକୁ କରିବା ପ୍ରଣାମ।

ପରମ୍ପରା,ସଂସ୍କୃତିର ବାର୍ତ୍ତାବହ

ସାଜିଥାଏ ଏହିଭାଷା

ମନର ଆବେଗ ,ଉଛ୍ବାସ ସବୁର

ଅଟେ ଏହା ପରିଭାଷା।

ସମାଜ ରୂପର ଦରପଣ ସମ

ଜରିଆ ସାଜଇ ଭାଷା

ଜନଗଣ ପାଶେ ପହଞ୍ଚଇ ବେଗେ

ମାତୃଭାଷାର ପରଷା।

ମାତା ସନ୍ତାନର ସମ୍ପର୍କ ଯେପରି

ସେହିପରି ନିବିଡତା

ଥାଏ ମାନବ ଓ ମାତୃଭାଷା ମଧ୍ୟେ

ଗାଇବା ତାହାର ଗାଥା।

ଆମେରେ ଓଡ଼ିଆ,ଓଡ଼ିଆ ମାଧ୍ୟମେ

ପ୍ରକାଶିବା ଆମ ଭାବ

ଓଡିଶାର ପ୍ରଗତିର ରଥଟାଣି

କରାଇବା ଯଶଲାଭ।


ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ କବିତାଟି ଉତ୍ସର୍ଗୀକୃତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational