STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ଆତ୍ମ ପ୍ରତ୍ୟୟ

ଆତ୍ମ ପ୍ରତ୍ୟୟ

1 min
262


ଆତ୍ମ ବିଶ୍ୱାସର ଇନ୍ଧନ ଭରିଲେ

  ହୃଦୟ ତେଲ ଟାଙ୍କିରେ ।

ସଫଳତା ଗାଡି ଗଡି ଚାଲିଥିବ

  କଠିନ ଶ୍ରମ ଚକରେ ।୧।

ଧର୍ମ ନିକିତିରେ କର୍ମକୁ ତଉଲି

    ସୁପଥରେ କରି ଗତି ।

ବିବେକର ଛାଟ ମନକୁ ମାରିଲେ

    କୁକର୍ମ କୂପରୁ ମୁକ୍ତି ।୨।

ମୁଖରେ ଲଗାଇ ସଂଯମତା ତାଲା

     ଜିହ୍ଵାର ମଧୁର ଗାଥା ।

ଓଠରୁ ଝରାଇ ହସର ଝରଣା

    ବାଣ୍ଟିବା ଖୁସିର ବାର୍ତ୍ତା ।୩।

ନୀତିବାଣୀ କରି କର୍ଣ୍ଣରେ କୁଣ୍ଡଳ

    ଦାନ ଅସ୍ତ୍ର ହସ୍ତେ ଧରି ।

ଅସହାୟ ଦୁଖଃ ଶୋକ ପରାହତେ

    ଶାନ୍ତି ସୁଖ ଯିବ ଭରି ।୪।

ପ୍ରେମ ପ୍ଲାବନରେ ପ୍ଲାବିତ କରିଲେ

     ସମ୍ପର୍କର ସେତୁ ଯୋଡି ।

ଇର୍ଷା ହିଂସା ଦ୍ୱେଷ ଅହଙ୍କାର କୀଟ

     ମରିବେ ପାଣିରେ ବୁଡି ।୫।

ଦୁଖଃ ଯନ୍ତ୍ରଣାର ଉଦ୍ଗିରଣ ଉତ୍ସ

     ଅଶାନ୍ତ ଆଗ୍ନେୟ ଗିରି ।

ଶାନ୍ତି ଜୁଆରରେ ସୁଖର ତରଙ୍ଗ

     ଦେବ ନିର୍ବାପିତ କରି ।୬।

ଅସତ୍ୟ ଅସୁର ବିନାଶ କରିବା

    ସତ୍ୟ ବାକ୍ୟ ବାଣ ମାରି।

ଦୁର୍ନୀତି ବୃକ୍ଷର ମୂଳ ତାଡି ଦେବା

    ନୀତି ଶାବଳକୁ ଧରି ।୭।

ଜୀବେ ଦୟା ଭାବ ଅମୃତ ସ୍ଵଭାଵ

      ହୃଦୟରେ ରହିଥିବ ।

ପ୍ରକୃତି ସହିତ ବନ୍ଧୁତା କରିଲେ

    ପରିବେଶ ରକ୍ଷା ହେବ ।୮।

ସବୁଜ ଧରଣୀ ନିର୍ମଳ ସମୀର

     ସୁସ୍ଥ ପରିବେଶ ପାଇ ।

ଯନ୍ତ୍ରଣା ବିହୀନ ନିରୋଗ ଜୀବନ

     ବିତାଇବା ସୁସ୍ଥ ରହି ।୯।



Rate this content
Log in

Similar oriya poem from Inspirational