STORYMIRROR

Rama chandra Pradhan

Inspirational

3  

Rama chandra Pradhan

Inspirational

ବିଜୁ ବାବୁ

ବିଜୁ ବାବୁ

1 min
438


ଓଡ଼ିଆ ମାଟିର ପ୍ରବାଦ ପୁରୁଷ 

  ଆହେ ବିଜୁ ବାବୁ ତୁମେ 

ଓଡିଶାର କୀର୍ତ୍ତି ଓଡିଶାର ଖ୍ୟାତି 

   ସବୁ ତ ତୁମରି ନାମେ... 

ତୁମ ଦାମ୍ଭିକତା ତୁମ ସରଳତା 

  ଆଜି ବି ପଡୁଛି ମନେ 

ତୁମ ସେ ବୀରତା ପ୍ରଜା ବତ୍ସଳତା 

  ଗୁଂଜାରିତ ହୁଏ କାନେ... 

ଓଡ଼ିଆ ମାଟିର ବୀର ପୁଅଟିଏ 

  ଯା ' ପାଇଁ ଦେଶ ଗର୍ବିତ 

ତୁମେ ସେ ଗୌରବ ଓଡ଼ିଆଙ୍କ ବଳ  

  ନିଜେ ଏକ ଇତିହାସ... 

ଦକ୍ଷ ପାଇଲଟ ଝଡ଼ର ଇଗଲ 

  ସେନା ତୁମେ ଡାକୋଟାର 

ସ୍ବଦେଶ ବତ୍ସଳ ହେ କଳିଙ୍ଗ ପୁତ୍ର 

   ଇଣ୍ଡୋନେସିଆର ବୀର... 

ରୂପରେ ଗୁଣରେ ରାଜକୀୟ ଠାଣି 

   ସତେକି ରାଜ କୁମାର 

ଓଡିଶା ରାଇଜ କରୁଛି ଗରବ 

  ପାଇ ତୁମ ପରି ବୀର... 

ଆହେ ଯୋଗଜନ୍ମା ଓଡିଶା ନିର୍ମାତା 

  ଛପନ ଇଞ୍ଚର ଛାତି 

ତୁମରି ଅଦର୍ଶେ ବିତିଯାଉ ଆଜି 

   ସବୁ ଦିନ ସବୁ ରାତି... 

ହେ ଚିର ବିଶ୍ୱାସ ଅମ୍ଲାନ ପ୍ରତିଭା 

  ନାହିଁ କେହି ତୁମ ଭଳି 

ତୁମ ଜନ୍ମଦିନେ ପୂଜେ ଭକ୍ତି ମନେ 

   ଶ୍ରଦ୍ଧାର ସୁମନ ଢାଳି... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational