STORYMIRROR

Santanu Bisoi

Inspirational

3  

Santanu Bisoi

Inspirational

କାଳଜୟୀ

କାଳଜୟୀ

1 min
253

ଶତୃଜୟୀ ପାଇଁ ବଖାଣେ କୌଶଳ

ହେତୁ ରଖ ସୁଧିଜନ,

ଯୁଦ୍ଧରେ ବିଜୟୀ ହୋଇଲେ ହେଁ ଜନ

ପାଏ ଭୂମି ଯଶ ପ୍ରାଣ।।


ଉତ୍ତମ ବ୍ୟକ୍ତିଙ୍କୁ କଲେ ପ୍ରଣିପାତ

ପ୍ରଶମିତ ହ୍ୱନ୍ତି ଭଦ୍ର,

ବଉଦର ସ୍ପର୍ଶେ ଅଂଶୁମାନ ଯେହ୍ନେ

ଢାଳେ ଶାନ୍ତ ତୃପ୍ତ ରୌଦ୍ର।।


ବଳବାନ ଶତ୍ରୁ ଦେଖି ନ ଡରିବ

ଭେଦନୀତି ଆଚରିବ,

କୌଶଳ ଆବୋରି ପକ୍ଷ ଛେଦକରି

ଶତୃ ନିହତ କରିବ।।


ଅର୍ଥଦ୍ୱାରା ବଶ କରିବ ଅବଶ୍ୟ

ନୀଚ୍ଚ ବ୍ୟକ୍ତି ଶତ୍ରୁ ଥିଲେ,

ଛୋଟ ସାପ ବିଷ ହୋଇବ ଉତ୍କଟ

ହେୟାଜ୍ଞାନକୁ ମଣିଲେ।।


ସମକକ୍ଷ ଯୋଦ୍ଧା ଭେଟିଲେ ଯୁଦ୍ଧରେ

ଜନ୍ମ ସାର୍ଥକ ହୋଇବ,

ଶକ୍ତି ସାମରଥ୍ୟ ଘେନିଣ ଯୁଝିଲେ

କାଳଜୟୀ ନିଶ୍ଚେ ହେବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational