STORYMIRROR

Manorama Mohanty

Inspirational

3  

Manorama Mohanty

Inspirational

ଶତ ଶ୍ରଦ୍ଧାଞ୍ଜଳି ଘେନ

ଶତ ଶ୍ରଦ୍ଧାଞ୍ଜଳି ଘେନ

1 min
278

ଶତ ଶ୍ରଦ୍ଧାଞ୍ଜଳି ଜଣାଏ ତୁମକୁ 

    ଫୁଲୱମାର ସହୀଦ ବୀର 

ଦେଶପାଇଁ ଲଢ଼ି ଜୀବନ ହାରିଲ 

    ଧନ୍ୟ ହେ ବୀର ଚିରଅମର 


ମାୟା ମମତାର ଅକାଟ୍ୟ ବନ୍ଧନ 

  ପାରିଲାନି ରୋକି ତୁମରି ପଥ 

ଯୁଦ୍ଧକ୍ଷେତ୍ରେ ଯାଇ କରିଲ ସମର 

  ଜଳାଞ୍ଜଳି ଦେଇ ସମସ୍ତ ସ୍ୱାର୍ଥ 


ତୁମପାଖେ ଥିବା ରଣକୌଶଳ 

  ଦେଖି ଚମକିଲା ଶତୃର ଛାତି

ବୀର ଦର୍ପେ ତୁମେ ଆଗେଇ ଚାଲିଲ

  ଡରାଇ ନପାରେ ମୃତ୍ୟୁରଗତି

 

ଗୋଳାବାରୁଦର କରାଳ ଗର୍ଜନ 

    ଚତୁପାର୍ଶ୍ୱରେ ଅଗ୍ନି ତାଣ୍ଡବ

ନଥିଲା ମନରେ ଭୟ ଭ୍ରାନ୍ତି ତିଳେ

  ଧନ୍ୟ ହେ ତୁମେ ବୀରପୁଙ୍ଗବ 


ଶତୃଗୁଳି ଯେବେ ବିଦ୍ଧ କଲା ଛାତି 

 ଯୁଦ୍ଧଭୂଇଁ ହେଲା ଶଯ୍ୟା ତୁମର

ମୃତ୍ୟୁ କି ଜୟ କରି ପାରିଥାନ୍ତା 

 ମୃତ୍ୟୁଜୟୀ ତୁମେ ଭାରତବୀର 


ମାଆ ମାଟିପାଇଁ ପ୍ରାଣୋତ୍ସର୍ଗ କଲ 

 ଚିରସ୍ମରଣୀୟ ଚିର ନମସ୍ୟ 

ଭକ୍ତିନଇବେଦ୍ୟ ହୃଦୟରୁ ଘେନ 

 ବୀର ବାର୍ତ୍ତା କହେ ଏହିଦିବସ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational