ଶତ ଶ୍ରଦ୍ଧାଞ୍ଜଳି ଘେନ
ଶତ ଶ୍ରଦ୍ଧାଞ୍ଜଳି ଘେନ
ଶତ ଶ୍ରଦ୍ଧାଞ୍ଜଳି ଜଣାଏ ତୁମକୁ
ଫୁଲୱମାର ସହୀଦ ବୀର
ଦେଶପାଇଁ ଲଢ଼ି ଜୀବନ ହାରିଲ
ଧନ୍ୟ ହେ ବୀର ଚିରଅମର
ମାୟା ମମତାର ଅକାଟ୍ୟ ବନ୍ଧନ
ପାରିଲାନି ରୋକି ତୁମରି ପଥ
ଯୁଦ୍ଧକ୍ଷେତ୍ରେ ଯାଇ କରିଲ ସମର
ଜଳାଞ୍ଜଳି ଦେଇ ସମସ୍ତ ସ୍ୱାର୍ଥ
ତୁମପାଖେ ଥିବା ରଣକୌଶଳ
ଦେଖି ଚମକିଲା ଶତୃର ଛାତି
ବୀର ଦର୍ପେ ତୁମେ ଆଗେଇ ଚାଲିଲ
ଡରାଇ ନପାରେ ମୃତ୍ୟୁରଗତି
ଗୋଳାବାରୁଦର କରାଳ ଗର୍ଜନ
ଚତୁପାର୍ଶ୍ୱରେ ଅଗ୍ନି ତାଣ୍ଡବ
ନଥିଲା ମନରେ ଭୟ ଭ୍ରାନ୍ତି ତିଳେ
ଧନ୍ୟ ହେ ତୁମେ ବୀରପୁଙ୍ଗବ
ଶତୃଗୁଳି ଯେବେ ବିଦ୍ଧ କଲା ଛାତି
ଯୁଦ୍ଧଭୂଇଁ ହେଲା ଶଯ୍ୟା ତୁମର
ମୃତ୍ୟୁ କି ଜୟ କରି ପାରିଥାନ୍ତା
ମୃତ୍ୟୁଜୟୀ ତୁମେ ଭାରତବୀର
ମାଆ ମାଟିପାଇଁ ପ୍ରାଣୋତ୍ସର୍ଗ କଲ
ଚିରସ୍ମରଣୀୟ ଚିର ନମସ୍ୟ
ଭକ୍ତିନଇବେଦ୍ୟ ହୃଦୟରୁ ଘେନ
ବୀର ବାର୍ତ୍ତା କହେ ଏହିଦିବସ
