STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଭଲ ମଣିଷଟି ହେବି

ଭଲ ମଣିଷଟି ହେବି

1 min
457


ବାପା କହିଲେ ତୁ ଡାକ୍ତର ହେବୁ

ମନ ଦେଇ ରୋଗୀ ସେବା କରିବୁ,

ଡାକତର ପରା ଦ୍ବିତୀୟ ଠାକୁର

ଏ କଥା ମନରୁ ନ କର ଦୂର।


ମା କହିଲେ ତୁ ଶିକ୍ଷକ ହେବୁ

ସମାଜକୁ ଶିକ୍ଷା ଦାନ କରିବୁ,

ସମାଜ ହୋଇବ ଯଦି ଶିକ୍ଷିତ

ଆମ ଦେଶ ହୋଇ ଯିବ ଉନ୍ନତ।


ବୁଢ଼ୀ ମାଆ କହିଲା ମନ୍ତିରି ହେବୁ

ଦୁଃଖି ରଙ୍କିଙ୍କର ଦୁଃଖ ବୁଝିବୁ,

ସତ୍ୟ, ନ୍ୟାୟ ପଥେ ରଖିବୁ ଲୟ

କରିବୁନି କେବେ କାହାକୁ ଭୟ।


ଜେଜେ ବା' କହିଲେ ଯାହା ବି ହବୁ,

ଗୁରୁଜନ କଥା ସଦା ମାନିବୁ,

ଅନ୍ତରେ ଭକତି ଭାବ ରଖିବୁ,

ଭଲ ମଣିଷଟେ ଆଗ ହୋଇବୁ।


ମନକୁ ପାଇଲା ଜେଜେଙ୍କ କଥା,

କଥା ଦେଲି ତାଙ୍କୁ ଛୁଇଁ ମୁଁ ମଥା,

ତୁମରି କଥାକୁ ରଖିବି ମନେ,

ଭଲ ମଣିଷଟି ହେବି ମୁଁ ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational